ପଦରରେ ୧୧ କେଭି ବିଦ୍ୟୁତ ତାରରୁ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କଲେ

0
196

ଗଞ୍ଜାମ:ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ମଠବରିଡା ନିକଟସ୍ଥ ଆମ୍ବଠାପଲୀରେ ଗୋଟିଏ ପଦରରେ ୧୧ କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଫଳରେ ଅଧା ଏକର ପଦରରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଜାଣିବାପରେ ପଦର ମାଲିକ ଗୌତମବୁଦ୍ଧ ମହାପାତ୍ର ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏନେଇ ତୁରନ୍ତ କୋଦଳା ଅଗ୍ନିଶମ ବାହିନୀକୁ ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ ପୁରା ପଦରଟିରେ ନିଆଁ ବ୍ଯାପି ନଥିବା ବେଳେ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି। ସେପଟେ ଉକ୍ତ ପଦରକୁ ଲାଗି ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ ଏନେଇ ପଦକ୍ଷେପ ନିଆ ଯିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here