ପୈତୃକ ଗାଁରେ ପାଳିତ ହେଲା ବିଜୁ ବାବୁଙ୍କ ଜୟନ୍ତୀ

0
309

ଭଞ୍ଜନଗର (ନିଲୁ ବିଷୋୟୀ) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ପୈତୃକ ଗ୍ରାମ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଜି ନୂଆଗାଁରେ ପାଳିତ ହୋଇଯାଇଛି। ବିଜୁ ବାବୁ ନିଜ ପୈତୃକ ଗ୍ରାମକୁ ବହୁତ ଭଲ ପାଉଥିବା ବେଳେ ବହୁ ସମୟ ଆସି ଏଠାରେ ସମୟ ବିତାଇବା ସହ ଲୋକଙ୍କ ସୁଖଦୁଃଖ ବୁଝୁଥିଲେ। ଆଜି ତାଙ୍କର ଜୟନ୍ତୀ ଅବସରରେ ତାଙ୍କ ପରିବାରର ସମ୍ପର୍କୀୟ ପୁତୁରା ପ୍ରମୋଦ ପଟ୍ଟନାୟକ ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସ୍ମୃତିଚାରଣ କରଥିଲେ। ବିଜୁ ବାବୁଙ୍କ ଅଦମ୍ୟ ସାହାସ,ନିର୍ଭିକତା ଓ ଓଡ଼ିଆ ମାଟିପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁସ୍ତକ,ଖାତା,ମିଠା ଆଦି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here