୧୭ ବର୍ଷ ଧରି ଫେରାର ଥିବା ଅପରାଧୀ ଶଙ୍କର ବେହେରା ଗିରଫ

0
256

ବ୍ରହ୍ମପୁର:ବହୁ ବର୍ଷର ଫେରାର ଅପରାଧୀ ଶଙ୍କର ହେଲା ପୋଲିସ ଦ୍ୱାରା ଗିରଫ | ସୂଚନା କ୍ରମେ,୨୦୦୬ ମସିହା ଅକ୍ଟୋବର ମାସରେ ବ୍ରହ୍ମପୁର ରେଳ ଷ୍ଟେସନ କାଳୀ ମନ୍ଦିର ନିକଟରେ ହୋଇଥିବା ଗଣେଶ ସାହୁ ହତ୍ୟାକାଣ୍ଡରେ ସଂପୃକ୍ତ ଶଙ୍କର ବେହେରା ୧୭ ବର୍ଷ ଧରି ଆତ୍ମଗୋପନ କରିଥିଲା । ଦୁଇ ଦିନ ତଳେ ସେସନ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶଙ୍କରର ନେହେରୁ ନଗର ବାସଭବନ ସମେତ ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ କରାଯାଇଥିଲା । ଏହି ଖବର ପାଇ ଶଙ୍କର ବିଳମ୍ବିତ ରାତ୍ରୀରେ ପରିବାର ସଦସ୍ୟଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗୋଷାଣୀନୂଆଁଗାଁ ପୋଲିସ ଶଙ୍କରକୁ ଗିରଫ କରିଥିଲେ। ଆଜି ଦୀର୍ଘ ୧୭ ବର୍ଷ ପରେ ଶଙ୍କର ବେହେରା କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

LEAVE A REPLY

Please enter your comment!
Please enter your name here