ଛତ୍ରପୁର ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ

0
174

ଛତ୍ରପୁର : ସାହାର୍ଯ୍ୟ କାରି ଙ୍କୁ ସାହାର୍ଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ ଓ କିସ ୟୁନିଭରସିଟି ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ 2013 ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର 10 ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ଏହି କାର୍ଯ୍ୟକ୍ରମ ପାଳନ ହେଉଛି l ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଏସପି ଜଗମୋହନ ମିନା, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜୀତ ସାହୁ, ବରିଷ୍ଟ ଶିକ୍ଷାବିତ ଚିନ୍ମୟ ଦାଶ ଓ ବରିଷ୍ଠ ଆଇନଯିବି ବି. ଶ୍ରୀନିବାସ ରାଓ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କିଟ ଓ କିସ ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ଦୈନନ୍ଦିନ ଜୀବନରେ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଆଶା କର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ଅଟୋ ଡ୍ରାଇଭର, ସଫେଇ କର୍ମଚାରୀ, ଟ୍ରାଫିକ ପୋଲିସ ମାନଙ୍କୁ କିଟ ପକ୍ଷରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ କିଟ ୟୁନିଭରସିଟି ର ଅଶୋକ କୁମାର ସାହୁ ସଂଯୋଜନା କରିଥିବା ବେଳେ ୟୁନିଭରସିଟିର ଛାୟାକାନ୍ତ ପଟ୍ଟନାୟକ, ଅଶୋକ କୁମାର ମିଶ୍ର, ସୁଶାନ୍ତ କୁମାର ପଟ୍ଟନାୟକ, ଶ୍ରୀକାନ୍ତ ମିଶ୍ର, ହେମନ୍ତ ବେହେରା ଙ୍କ ସମେତ ଛତ୍ରପୁର ସହରର ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here