ମୃତ ଶ୍ରମିକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

0
180

ପୋଲସରା:ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଗ୍ରାମର ହେମନ୍ତ ନାହାକ (୨୫) ଚେନ୍ନାଇ ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ। ଏହା ଜାଣିବା ପରେ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ବାସଭବନକୁ ଯାଇ ସମବେଦନା ଜଣାଇଥିଲେ।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here