ରାଜ୍ୟସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଘାଟିତ

0
191

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ମାଧ୍ୟମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ଯାଭାରତୀ ଯୋଜନା ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରର ଉଦଘାଟନୀ ଦିବସରେ ମାଧ୍ୟମିକ ଶିକ୍ଷା ବିକାଶ ସମିତି ତଥା ଓଡ଼ିଶା ଶିଶୁ ମନ୍ଦିର ସଭାପତି ଡ଼. କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସେ ସ୍ବାଧୀନତାର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଭାରତର ଶିକ୍ଷା ପଦ୍ଧତି ଓ ବର୍ତ୍ତମାନର ଆହ୍ବାନକୁ ସଫଳ ରୂପାୟନ ନିମନ୍ତେ ନୂତନ ଶିକ୍ଷାନୀତି – ୨୦୨୦ ର ଗୁରୁତ୍ୱାରୋପ ଉପରେ ପ୍ରତିକ୍ରିୟା ରଖି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଶିବିରର ବିଦ୍ୟାଳୟ ପରିସରରେ ଆଜିଠାରୁ ୧୦ ଦିନ ଧରି ଚାଲୁ ରହିବାକୁ ଥିବାବେଳେ ଉତ୍କଳ ପ୍ରାନ୍ତର ବିଭିନ୍ନ ଜିଲ୍ଲାରୁ ୧୧୦ ଜଣ ପ୍ରଶିକ୍ଷାର୍ଥୀ , ପ୍ରଶିକ୍ଷୀକ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ । ଏଥିସହ ମାଧ୍ୟମିକ ଶିକ୍ଷା ବିଭାଗ ସଂଯୋଜକ ଆଶିଷ କୁମାର ରଥ , ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସଭାପତି ରାମଚନ୍ଦ୍ର ସାହୁ , ଉଚ୍ଚ ମାଧ୍ୟମିକ ବିଭାଗ ଶିକ୍ଷା ବିକାଶ ସମିତି ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶିବିରର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here