ମହାନଗର ମହୋତ୍ସବର ଅଷ୍ଟମ ରଜନୀ ଆଧୁନିକ ନୃତ୍ୟରେ ଦୁଲୁକିଲା ମଞ୍ଚ

0
174

ବ୍ରହ୍ମପୁର :ମହାନଗର ମହୋତ୍ସବ ମଙ୍ଗଳବାର ଅଷ୍ଟମ ରଜନୀରେ ପହଞ୍ଚିଛି। କମିଟିର ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମର ସାଂସ୍କୃତିକ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଶ୍ରମ ନିୟୋଜନ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲ୍ଲା କଳା ଓ ସଂସ୍କୃତିର ଜିଲ୍ଲା । ମହାନଗର ମହୋତ୍ସବ ଦ୍ଵାରା କଳାକାରଙ୍କ କଳା ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏଭଳି ଆୟୋଜନ କୁ କରାଯାଇଥିବାରୁ ମହାନଗର ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଯୋଗୋଦେଇ ଚତୁର୍ଥ ସ୍ତମ୍ଭ କଳା ଓ କଳାକାର ଙ୍କୁ ଏହି ମଞ୍ଚ ସୁଯୋଗ ଦେଇଥିବାରୁ ସାଧୁବାଦ ଜ୍ଞାପନ କରିଛନ୍ତି । ପରେ ପରେ ଦର୍ଶକ ଅନୁରୋଧ ରକ୍ଷା ଓଡ଼ିଆ ଚଳିଚିତ୍ର ର ସଙ୍ଗୀତ ତୋ ଆଖି ମୋ ଆଇନା ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା . ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ମହାପାତ୍ର, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ବରିଷ୍ଠ ଶିକ୍ଷାବିତ ତଥା ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲର ଚେୟାରମେନ୍ ପ୍ରଶାନ୍ତ ମହାପାତ୍ର, ସକାଳ ଖବରକାଗଜ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଡ଼. ଜଗନ ମୋହନ ମହାପାତ୍ର, କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପ ସଭାପତି ଅନିଲ ପାତ୍ର, ମିହିର ରଞ୍ଜନ ତ୍ରିପାଠି, ସାମ୍ବାଦିକ ଅନନ୍ତ ରାମ ପ୍ରଧାନ, ମିହିର ତ୍ରିପାଠୀ ,ସହ ସମ୍ପାଦକ ସତ୍ୟ ଚେତନ ପରିଡ଼ା, ସୁଦିପ୍ ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ମହାନଗର ମହୋତ୍ସବ ର ଅଷ୍ଟମ ଦିବସରେ ଇନ୍ଦ୍ରଧନୁ ସାହିତ୍ୟ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇ ଯାଇଛି ସାହିତ୍ୟ ଆଲୋଚନା ଆସର ଏବଂ କବିତାର ମହାପର୍ବ । ଏହି ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ରୂପେ ବରିଷ୍ଠ ନାଟ୍ୟକାର ଇଞ୍ଜିନିୟର ଯାମିନୀକାନ୍ତ ଦାସ , ମୁଖ୍ୟବକ୍ତା ରୂପେ ଶ୍ରୀମତୀ ସୂଚନା ପାଢ଼ୀ , ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସାହିତ୍ୟିକା ସଂହିତା ମହାନ୍ତି ଏବଂ ଅଜିତ ସାବତ ପ୍ରମୁଖ ଯୋଗ ଦେଇଥିବା ବେଳେ ଆସରର ସଭାପତି ଶ୍ରୀମତୀ ଅମିତା ଦାସଙ୍କ ସଭାପତିତ୍ବରେ ଉପସ୍ଥାପକ ଶିବାନନ୍ଦ ବାରିକ ସୁଚାରୁ ରୂପେ ମଞ୍ଚ ପରିଚାଳନା କରିଥିଲେ । ଦିତୀୟ ଆସର ରେ କବିତା ପାଠୋତ୍ସବ କୁ ନିଜ ଚମତ୍କାର ସଂଯୋଜନା ମାଧ୍ୟମରେ ପରିଚାଳନା କରି କବିତା ପର୍ବକୁ ଆଗେଇ ନେଇଥିଲେ ସଂଯୋଜିକା ସ୍ୱାଗତିକା ବାହିନୀପତି ଏବଂ ସଂଯୋଜକ ଚିନ୍ମୟ ରଞ୍ଜନ ମିଶ୍ର । କବୟିତ୍ରୀ ତଥା ସମ୍ପାଦିକା ଆର୍ ସୁନନ୍ଦା ଚୌଧୁରୀଙ୍କ ଧନ୍ୟବାଦ ଅର୍ପଣ ସହ ସଭାର ଉପସଂହାର କରାଯାଇଥିଲ। ଏହି ପରିପ୍ରେକ୍ଷୀରେ ଅନେକ ପ୍ରତିଭା ସ୍ବରଚିତ କବିତା ଆବୃତ୍ତି ସହ ସମ୍ବର୍ଦ୍ଧିତ ହୋଇଥିଲେ । ଉତ୍ସବରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ମହାନଗର ମହୋତ୍ସବ ସଭାପତି ନାରାୟଣ ମହାକୁଡ଼, ସମ୍ପାଦକ ଗୋପାଳ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ,ଜଗମୋହନ ମହାପାତ୍ର , ସୁଦିପ ସାହୁ, ନାଟ୍ୟକାର ଅନିଲ ପାତ୍ର , ଉପସ୍ଥାପିକା ଝିଲି ସାହୁ , ଯୁବକବି ତଥା ଉପସ୍ଥାପକ ରାଈରଞ୍ଜନ ନନ୍ଦ , କବି ମିହିର ତ୍ରିପାଠୀ , ସୁଧୀର ପଣ୍ଡା , ସ୍ଵର୍ଣ୍ଣମୟୀ ପାଢ଼ୀ , ଭାଗ୍ୟଲକ୍ଷ୍ମୀ ମହାରଣା , ବି ସତ୍ୟମ୍ ଆଚାରି , ପ୍ରଫୁଲ୍ଲ ତ୍ରିପାଠୀ , ସୁଜାତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମହାନଗର ମହାନଗର ମହୋତ୍ସବ-୨୦୨୩ ର ସପ୍ତମ ସନ୍ଧ୍ୟାରେ ବାହୁଦା ସାହିତ୍ୟ ସଂସଦ ଚିକିଟି ଗଞ୍ଜାମ ଦ୍ୱାରା ଆୟୋଜିତ କବିତା ପାଠ ଉତ୍ସବ ବେଶ ଆଡମ୍ବର ସହ ହୋଇଥିଲା l ମଞ୍ଚରେ ବାହୁଦା ସାହିତ୍ୟ ସଂସଦର ସଭାପତି ଶ୍ରୀ ଦୁର୍ଗା ମାଧବ ମହାରଣା, ସଂପାଦକ ଶ୍ରୀମତୀ ସଂହିତା ମହାନ୍ତିଙ୍କ ସହ ଉଦଘାଟିକା ଭବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ, ମୁଖ୍ୟ ଅତିଥି ରୂପେ ସୁସାହିତ୍ୟିକ ଶ୍ରୀ ଶ୍ୟାମା ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଶ୍ରୀ ସୁଦୀପ୍ତ ପଟ୍ଟନାୟକ, ସମ୍ମାନୀତ ଅତିଥି ଅଜିତ କୁମର ସାବତ ମଞ୍ଚାସିନ ଥିଲେ । ଶ୍ରୀମତୀ ସୁଧଞ୍ଜଳୀ ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଯୁବ ଉପସ୍ଥାପକ ଶ୍ରୀମାନ ସୁପ୍ରଜିତ୍ ସାହୁ ନିଜର ସୁନ୍ଦର ଉପସ୍ଥାପନା କରିଥିବା ବେଳେ ଆର୍ ସୁନନ୍ଦା ଚୌଧୁରୀ ଏବଂ ସ୍ୱାଗତିକା ବାହିନୀ ପତି କବିତାର ସଂଯୋଜନା କରିଥିଲେ । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୭୦ରୁ ଅଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ଶେଷରେ ରୁପଶ୍ରୀ ରାଇ ରଂଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅଷ୍ଟମ ସାଂସ୍କୃତିକ ସନ୍ଧ୍ୟାରେ ସକାଳ ଓ ନନ୍ଦିଘୋଷ ଗ୍ରୁପ ପକ୍ଷରୁ ମହୋତ୍ସବର ସାଂସ୍କୃତିକ ସଂଧ୍ୟାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରୀୟଲ ମୂର୍ଚ୍ଛନା କଳାକେନ୍ଦ୍ର “ସକାଳ” ସମ୍ମାନ ବିଜେତା ଭାବେ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଭିପ୍ସା ରାଜଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପରେ ବିଭିନ୍ନ କଳାକାର ଙ୍କ ଦ୍ଵାରା ଆଧୁନିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାର ଶେଷ ପର୍ଯ୍ୟାୟରେ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଉଦଘୋଷକ ଭାବେ ଶିବାନନ୍ଦ ବାରିକ ରହିଥିବାବେଳେ ମଞ୍ଚ ପରିଚାଳନା ଡ଼. ମିହିର ତ୍ରିପାଠୀ କରିଥିଲେ । ପରିଶେଷରେ କମିଟି ସଦସ୍ୟ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ସ୍ଵାଧୀନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here