୩ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

0
239

ଛତ୍ରପୁର: ସ୍ଥାନୀୟ ନୂତନ ବସ ଷ୍ଟାଣ୍ଡ ଠାରେ ଓଆଇସିଡବ୍ଲ୍ୟୁ ୟୁନିୟନ, ବାବା ସାହେବ ଆମ୍ବେଦକର ନିର୍ମାଣ ଶ୍ରମିକ ସଂଗଠନ ଏବଂ ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଗଠନର ମିଳିତ ଆନୁକୁଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଓଆଇସିଡବ୍ଲ୍ୟୁ ୟୁନିୟନ ର ଗଞ୍ଜାମ ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ବେହେରା, ବାବା ସାହେବ ଆମ୍ବେଦକର ନିର୍ମାଣ ଶ୍ରମିକ ସଂଗଠନର ଲକ୍ଷ୍ମୀପ୍ରିୟା ବେହେରା ଓ ଦେବରାଜ ବେହେରା ଏବଂ ସମାଜ ବିକାଶ କର୍ମଜିବୀ ଶ୍ରମିକ ସଂଗଠନର ଜିଲ୍ଲା ସଂଯୋଜକ କାଳୁ ଚରଣ ନାୟକ ଯୋଗ ଦେଇ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ନିତୀ ଓ କିପରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ପ୍ରଦାନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ବେହେରା, ଶଙ୍କର ଦାଶ, କୃଷ୍ଣ ଦାଶ, ଅମରାବତୀ ବେହେରା, ସଙ୍ଗୀତା ଦାସଙ୍କ ସମେତ ବହୁ ଶ୍ରମିକ ଏବଂ ଶ୍ରମିକ ନେତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here