ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ବିଦ୍ୟାଳୟ ଗୁଡିକ ଛୁଟି ଅବସରରେ “ଗୃହ କାର୍ଯ୍ୟ ଯୋଜନା”

0
156

ଛତ୍ରପୁର:ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ନିର୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି । ଏହି ଛୁଟି ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ଯେମିତି ଅଭାଵ ରହିବ ନାହିଁ , ସେଥିପାଇଁ ସରକାରଙ୍କ ତରଫରୁ ପାଠ୍ୟକ୍ରମ ପ୍ରସ୍ତୁତି ( Holiday Home Work Programme) ଆସନ୍ତା ମେ ୧ ତାରିଖ ଠାରୁ ଚାଲୁ ରଖିବା ସକାଶେ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଆଦେଶ ପ୍ରକାରେ ଜିଲ୍ଲାରେ ଦୁଇଗୋଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହାଦ୍ବାରା ଅଭିଭାବକ, ଛାତ୍ର ଛାତ୍ରୀ ଏବଂ ଶିକ୍ଷକଗଣ ଦୈନନ୍ଦିନ କାର୍ଯ୍ୟକ୍ରମ ଗୁଡ଼ିକ ତଦାରଖ କରିପାରିବେ । ଆସନ୍ତା କାଲି ସୋମବାର ୧ ତାରିଖରୁ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଅବଗତ ହୋଇ ପାରିବେ । ଗଞ୍ଜାମ ଜିଲ୍ଲାର ଆସିକା, ବେଗୁନିଆପଡା, ବେଳଗୁଣ୍ଠା, ଭଞ୍ଜନଗର, ବୁଗୁଡା, ଛତ୍ରପୁର, ଚିକିଟି, ଧରକୋଟ, ଦିଗପହଣ୍ଡି,ଗଞ୍ଜାମ ଏବଂ ହିଂଜିଲିକାଟୁ ବ୍ଲକ ଏହିଭଳି ୧୧ ଗୋଟି ବ୍ଲକ ନିମନ୍ତେ ୧୮୦୦-୩୪୫-୨୩୮୫ ଜାରି କରାଯାଇଛି । ସେହିପରି ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗର, ଖଲ୍ଲିକୋଟ , କୁକୁଡାଖଣ୍ଡି, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା,ସାନଖେମୁଣ୍ଡି, ଶେରଗଡ,ସୋରଡା ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସକାଶେ ୧୮୦୦- ୩୪୫-୨୩୮୬ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here