ଲକ୍ଷ୍ମଣ ଭବନ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

0
249

ଛତ୍ରପୁର : ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଏଆଇଟିୟୁସି ନେତା ତଥା ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡୀଙ୍କ ପୌରହିତରେ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଏଚଏମଏସର ରାଜ୍ୟ ନେତା ଡ. ରାଜେନ୍ଦ୍ର ପ୍ରସାଦ ଦାଶ, ଆଇଏନଟିୟୁସି ର ନେତା ଇଜୁ ଆମିନ ଖାନ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଏଆଇଟିୟୁସି ନେତା ଏସ୍‌. କ୍ରିଷ୍ଣା ରେଡ୍ଡୀ, କେଶବ ନାହାକ, ବି. ବୈରାଗୀ ରେଡ୍ଡୀ, ପ୍ରଶାନ୍ତ ପଣ୍ଡା, ବୁଲୁ ପଣ୍ଡା, ଏସ୍ . ତ୍ରିନାଥ ରେଡ୍ଡୀ, ନବୀନ ଚନ୍ଦ୍ର ଗୌଡ, ଆଦିତ୍ୟ ମିଶ୍ର, ଏନ୍‌. ସୁକାନ୍ତ ଆଚାରୀ, ନିରଞ୍ଜନ ରାଉଳ, ଦେବରାଜ ଗୌଡଙ୍କ ସମେତ ବହୁ ଶ୍ରମିକ ମାନେ ଯୋଗ ଦେଇ ଶ୍ରମିକ ମାନଙ୍କ ହକ୍ ନିମନ୍ତେ ବିଭିନ୍ନ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here