ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ

0
336

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସହଦେବ ଟିକରପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଦିନ ” ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଡଃ. ବିଜୟ ମହାରଣାଙ୍କ ଅଧ୍ଯକ୍ଷତାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଲା ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଏବିଇଓ ବିଶ୍ରବା ପାଇକ , ଦିଗପହଣ୍ଡି ନଗର ସିଆରସିସି ଅନିଲ କୁମାର ଦାସ , ରବିନ୍ଦ୍ର ନାଥ ବେହେରା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ଚିତ୍ରକଳା ମାଧ୍ୟମରେ ଶିଶୁଙ୍କ ବିକାଶ ଓ ପ୍ରତିଭାର ବିକାଶ ହୋଇପାରିବ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ । ସିଆରସିସି ସରୋଜ ନାଏକ ସଂଯୋଜନା କରିଥିବା ବେଳେ ଅନ୍ୟତମ ସିଆରସିସି ନୃସିଂହ ପ୍ରସାଦ ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here