ବୁଗୁଡାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
261

ବୁଗୁଡା(ଅନିଲ କୁମାର ମହାରଣା) ସାରା ରାଜ୍ୟରେ ଜାନୁଆରୀ ୧୮ ତାରଖ ଠାରୁ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଏକମାସ ଧରି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଜାନୁଆରୀ ୨୧ ତାରିଖ ଦିନ ବୁଗୁଡା ପୋଲିସ ଥାନା ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଉପ ଆରକ୍ଷୀ ନିରୀକ୍ଷକ କାର୍ତ୍ତିକ ନାୟକ ଓ ପୂର୍ଣ ଚନ୍ଦ୍ର ପ୍ରଧାନ ସହ ଉପ ଆରକ୍ଷୀ ନିରୀକ୍ଷକ ଅମିତ କୁମାର ପାଢୀ, ଯୁଧିଷ୍ଠିର ମହାଙ୍କୁଡ଼ ଓ ସିମାଞ୍ଚଳ ଜେନା ଏବଂ ବୁଗୁଡା ଥାନା ପୋଲିସ ବାହିନୀ ସଡକ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏଥିସହ ଭଞ୍ଜନଗର ଆରଟିଓ ଅଫିସ ପକ୍ଷରୁ ବୁଗୁଡା ବସଷ୍ଟାଣ୍ଡ ପରିସରରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ସଡକ ସୁରକ୍ଷା ପାଇଁ ସଚେତନତା କରାଯାଇଥିଲା। ବାଇକ ଚାଳକ ଓ ପଛରେ ବସିବା ବ୍ୟକ୍ତି ହେଲମେଟ ପିନ୍ଧିବା, କାରରେ ବସିଥିବା ବ୍ୟକ୍ତି ବେଲ୍ଟ ପିନ୍ଧିବା, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ବିଭିନ୍ନ ସଡକ ଯାତାୟତ ଆଇନ ବିଷୟରେ ଜନସାଧାରଣଙ୍କୁ ବୁଝାଇ ସଚେତନତା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here