ବିଧାୟିକାଙ୍କ ମାରାଥନ ଉଦଘାଟନ ଏବଂ ଶିଳାନ୍ୟାସ

0
345

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଉଦଘାଟନ ଓ କିଛି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ସର୍ବ ପ୍ରଥମେ କେ ବରିଡ଼ା ପଞ୍ଚାୟତ ବିରିବାଟିଆ ଠାରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ କଲ୍ଯାଣ ମଣ୍ଡପର ଲୋକାର୍ପଣ କରିଥିଲେ ବିଧାୟିକା। ଏହା ପରେ ଖଣ୍ଡିଆନଈ ପଞ୍ଚାୟତର କେ ମର୍ଦରାଜପୁର ଠାରେ କୃଷି ବିଭାଗର ଅନୁଦାନ ଦ୍ବାରା ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଧାନ ଖଳା ଉଦଘାଟନ କରିଥିଲେ। ଏହା ପରେ ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଗାଁ ଆମ ବିକାଶ ପାଣ୍ଠିର ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର ଉଦଘାଟନ କରିବା ସହ ବେଗୁନିଆପଡ଼ା କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାପରେ କେ ବରିଡ଼ା ଠାରେ ୨ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନୂତନ ବାସଗୃହର ଶୁଭ ଉଦ୍ଘାଟନ ହୋଇଥିଲା। ଏହା ପରେ ମଠ ବରିଡ଼ା ଠାରେ ଆମ ଗାଁ ଆମ ବିକାଶ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଏସ୍ ଛଚିନା ବନଦୁର୍ଗା ସାହିରେ ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଯାତ୍ରୀ ବିଶ୍ରାମଗାର, ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଅରବିନ୍ଦ ପାଠ୍ଯ ଚକ୍ର ଠାରେ ପାଠାଗାର ଓ ସୂଚନା କେନ୍ଦ୍ର,  ୪ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ରାଧାକୃଷ୍ଣ ସାହି ଠାରେ ଗୋଷ୍ଠୀ ସାଧନ କେନ୍ଦ୍ର, ସୁମଣ୍ଡଳ ଠାରେ ୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର, ୭ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଶାଙ୍କୁଡ଼ା ଠାରେ ୪ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ମହାପ୍ରୟାଣ ଶବ ସତ୍କାର ସ୍ଥଳ, ୩ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଅଙ୍ଗାରଗାଁ ଯାତ୍ରୀ ବିଶ୍ରାମଗାର, ୨ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ପଞ୍ଚାୟତ ଫାଟକ, ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ଧାନଖଳା, ୨ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଗ୍ନି ପୂଜା ମଣ୍ଡପ,୫ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ କଲଭର୍ଟର ଶୁଭ ଉଦ୍ଘାଟନ ହୋଇଥିଲା। ବିଧାୟିକାଙ୍କ ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ମନୋଜ କୁମାର ପାଣ୍ଡି, ଗୀତାଞ୍ଜଳି ଭୂୟାଁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ l 

LEAVE A REPLY

Please enter your comment!
Please enter your name here