ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

0
339

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଓଡ଼ିଶାରେ ଆଉ ୨ଜଣ କରୋନା ପଜିଟିଭ ଚିହ୍ନଟହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଦ୍ୱୟ ମଧ୍ୟରୁ ଜଣେ ଢେଙ୍କାନାଳର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଢ଼େଙ୍କାନାଳ ସହରର ୫୧ ବର୍ଷୀୟ ମହିଳା ଏବଂ ଅନ୍ୟ ଜଣକ ପଶ୍ଚିମବଙ୍ଗ ମେଦିନପିୁର ଅଞ୍ଚଳର ୬୯ ବର୍ଷୀୟ ବ୍ୟକ୍ତି ବୋଲି ଟୁଇଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଆଜି ଢେଙ୍କାନାଳର ମହିଳା ଆକ୍ରାନ୍ତ ପରେ ରାଜ୍ୟରେ ୮ଟି ଜିଲ୍ଲାକୁ ବ୍ୟାପିଲା କରୋନା ଭୂତାଣୁ।

LEAVE A REPLY

Please enter your comment!
Please enter your name here