ଅଜଣା ରୋଗରେ ଧାନ ଫସଲ ନଷ୍ଟ ପ୍ରସଂଗ,ଖବର ପ୍ରକାଶ ପରେ କୃଷି ବିଭାଗର ତନାଘନା

0
275

ବେଗୁନିଅପଡା(ଭଞ୍ଜ କିଶୋର ମହାରଣା) ଅମଳ ସମୟରେ ଅଜଣା ରୋଗକୁ ନେଇ ଆତକିଂତ ହୋଇଥିବା ଚାଷୀମାନେ ସୋମବାର ବେଗୁନିଆପଡ଼ା ବ୍ଳକ କୃଷି କାର୍ଯ୍ୟାଳୟ ଠାରେ ଅଭିଯୋଗ କରିଛନ୍ତି। କରୋନା ମହାମାରୀ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଧାନ ଫସଲ ଅମଳ ପୂର୍ବରୁ ଅଜଣା ରୋଗ ଏବେ ଚାଷୀଙ୍କ ଉପରେ ଦାଉ ସାଧିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତରେ ଏବେ ଚାଷୀ ଫସଲରେ ଅଜଣା ରୋଗକୁ ନେଇ ହତାଶ ହୋଇ ପଡିଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ମାନେ ଏବେ କରଜ ସୁଝିବା ନେଇ ଚିନ୍ତାରେ ପଡିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର ଖଣ୍ଡିଆନଈ, ତିରିଡା, ମିରିଗିଲେଣ୍ଡି ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଏବେ ଚାଷୀମାନେ ସମାନ ଅଭିଯୋଗ ଆଣିଛନ୍ତି।ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ କୃଷି ବିଭାଗର ତତ୍ପରତା ପ୍ରକାଶ ପାଇଛି। ଖଣ୍ଡିଆନଈ ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ମାନେ ନଷ୍ଟ ଧାନ କେଣ୍ଡା ଧରି ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ପହଞ୍ଚି ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବ୍ଲକ କୃଷି ସହ ଅଧିକାରିଣୀ ଶୁଭଶ୍ରୀ ଜେନା, କୃଷି ଅଧି ଦର୍ଶକ ତପନ କୁମାର ପଟ୍ଟନାୟକ, ମହିଳା କୃଷି କର୍ମଚାରୀ ସୁବର୍ଣ୍ଣା ପ୍ରଧାନ ପ୍ରମୁଖ ଚାଷୀଙ୍କ ଧାନ କେଣ୍ଡା ଗୁଡିକ ଦେଖିବା ସହ ନିକଟରେ ଥିବା ଜମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଧାନ ଫୁଲ ହେବା ସମୟରେ ବର୍ଷା ଅଭାବରୁ ଏବଂ କିଛି ଜମିରେ ସଠିକ୍ ବିହନ ବୁଣା ଯାଇ ନଥିବାରୁ ଏଭଳି ରୋଗ ହୋଇଥିବା କଥା ସହ କୃଷି ଅଧିକାରୀଣୀ କହିଛନ୍ତି। ଅପରପକ୍ଷେ ଏନେଇ ଉପରିସ୍ଥ ଅଧିକାରୀ କୁଂ ଜଣାଇବେ ଏବଂ ଶସ୍ଯ ଅମଳ ପରେ କ୍ଷୟକ୍ଷତିକୁ ନେଇ ସରକାରଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ଏଥି ସହିତ ଚାଷୀଙ୍କୁ ସହାୟତା ପ୍ରଦାନକୁ ନେଇ ମଧ୍ୟ ବିଭାଗକୁ ଜଣାଇବେ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here