ବେଟେରୀ ଚାଳିତ ସ୍କୁଟି ସଟ ସାର୍କିଟି : ଜଳିଗଲା ସ୍କୁଟି ଓ ବାଇକ

0
295

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର କୁମୁଟି ସାହିରେ ବ୍ୟାଟେରୀ ଚାଳିତ ସ୍କୁଟି ସଟ ସାର୍କିଟ ଯୋଗୁଁ ସ୍କୁଟି ସହ ଏକ ବାଇକ ପୋଡିଯାଇଥିବା ଜଣାପଡିଛି। ବାଲିପଦର କୁମୁଟି ସାହିର ତପନ ପାଣିଗ୍ରାହିଙ୍କ ବ୍ୟକ୍ତିଗତ ଗ୍ୟାରେଜରେ ଏକ ରୟାଲ୍ ଇନ୍ଫିଲଡ୍ ଥଣ୍ଡରବାର୍ଡ ବାଇକ ଓ ବେନଲିଙ୍ଗ କମ୍ପାନୀର ବେଟେରୀ ଚାଳିତ ସ୍କୁଟି ଗାଡି ରହିଥିଲା। ବ୍ରହ୍ମପୁର ଶୋରୁମରୁ ତପନଙ୍କ ବାପା ସ୍କୁଟି କିଣିଥିଲେ। ଅକ୍ଟୋବର ୧୭ ତାରିଖ ପୂର୍ବ ରାତିରେ ରୟାଲ୍ ଇନ୍ ଫିଲଡ୍ ବାଇକ ସହିତ ବେଟେରୀ ଚାଳିତ ସ୍କୁଟି ଟିକୁ ନିଜ ଗ୍ଯାରେଜରେ ରଖିଥିଲେ। ରାତ୍ର ପ୍ରାୟ ତିନିଟା ସମୟରେ ବେଟେରୀ ଚାଳିତ ସ୍କୁଟି ସଟ୍ ସାର୍କିଟ୍ ଯୋଗୁଁ ଜଳିବା ସହିତ ପାଖରେ ଥିବା ବାଇକ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି। ଦୁଇଟି ଗାଡ଼ି ଜଳିବା ଦ୍ବାରା ଗ୍ଯାରେଜ ଭିତରେ ଏକ ବିସ୍ଫୋରଣ ସୃଷ୍ଟି ହୋଇ କାନ୍ଥବାଡ ଫାଟି ଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ବୁଗୁଡା ଅଗ୍ନିଶମ ବିଭାଗକୁ ତପନ ଫୋନ କଲ କରିଥିଲେ ମଧ୍ୟ ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ପାରିନଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁ ଆୟତ ହୋଇଥିଲେ ମଧ୍ୟ ଦୁଇଟି ଗାଡି ଜଳିପୋଡି ପାଉଁଶ ହେବା ସହିତ ଗ୍ଯାରେଜର କାନ୍ଥ ବାଡ ଫାଟି ଯାଇଥିଲା। ଏହି ବିଷୟ ନେଇ ବାଲିପଦର ପୋଲିସ ଅନୁସନ୍ଧାନ କରିଥିବା ଜଣାପଡ଼ିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here