ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ : ଷ୍ଟାଡିୟମ ରେ ବୁଲି ତଦାରଖ କଲେ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ

0
191

ଛତ୍ରପୁର: ମାର୍ଚ୍ଚ ୨୬ ତାରିଖ ତଥା ରବିବାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ପ୍ରଥମେ କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ଅପରାହ୍ନ ରେ ଛତ୍ରପୁରକୁ ହେଲିକେପ୍ଟର ଯୋଗେ ଆସିବାର କାର୍ଯ୍ୟକ୍ରମ ରହିଛି । ପରେ ଷ୍ଟାଡିୟମ ଠାରେ ଆୟୋଜିତ ସଭାରେ ଯୋଗ ଦେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି ।
ଏହି ପରିପ୍ରେକ୍ଷୀରେ ଶନିବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ଷ୍ଟାଡିୟମ ପରିଦର୍ଶନ କରି ଚାଲିଥିବା ବିଭିନ୍ନ ପ୍ରସ୍ତୁତିର ତଦାରଖ କରିଛନ୍ତି । ସେହିପରି ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ , ଗଞ୍ଜାମ ଏସପି ଜଗମୋହନ ମିନା, ଗଂଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ ଭି. କିର୍ତ୍ତି ୱାସନ୍ ୱ, ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଅଶୁତୋଷ କୁଲକର୍ଣ୍ଣି , ଛତ୍ରପୁର ସୁଶାନ୍ତ କୁମାର ବରାଳ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ସମ୍ବିତ ସଂଗ୍ରାମଜିତ୍ ସାହୁ, ଡିଆଇବି ଡିଏସପି ଅଜୟ କୁମାର ମିଶ୍ର , ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ବଲ୍ଲଭଙ୍କ ସମେତ ବହୁ ଅଧିକାରୀ ମାନେ ଛତ୍ରପୁର ଷ୍ଟାଡିୟମ ର ବିଭିନ୍ନ ସ୍ଥାନ ବୁଲି ଚାଲିଥିବା ପ୍ରସ୍ତୁତି ର ଅନୁଧ୍ୟାନ କରିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ଛତ୍ରପୁର ଠାରେ ୧୪ପ୍ଲାଟୁନ ପୋଲିସ ଫୋର୍ସ ସହ ୫୦ଜଣ ଅଫିସର ନିୟୋଜିତ ରହିବେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here