ଚୋରି ମାମଲାରେ ୩ ଗିରଫ; ସୁନା,ଟଙ୍କା ଓ ବାଇକ ଜବତ

0
200

କୁକୁଡାଖଣ୍ଡି: ଚୋରି ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ୩ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ମଧ୍ୟ ଜବତ କରିଛି ।ଗତ ଦୁଇ ମାସ ମଧ୍ୟରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ନିମଖଣ୍ଡି ଥାନାରେ ଚୋରି ହୋଇଥିବା ନେଇ ୪ଟି ଚୋରି ମାମଲା ରୁଜୁ ହୋଇଥିବା ବେଳେ ଗୋପାଳପୁର ଥାନାରେ ଅଞ୍ଚଳରେ ମଧ୍ୟ ଗୋଟିଏ ଚୋରି ମାମଲା ରୁଜୁ ହୋଇଥିଲା ।ତେବେ ଏହି ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡ ଚାଲେଞ୍ଜ ହୋଇପଡିଥିବା ବେଳେ ଏହାକୁ ଅତି ଗୁରୁତ୍ୱର ସହ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ତତ୍ୱବାଧାନରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଥାନା ଷ୍ଟାଫଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା ।ଏହି ଚୋରି ଘଟଣାରେ ୩ ଜଣ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୮୦ହଜାର ଟଙ୍କା ସହ ୯୫ହଜାର ଟଙ୍କାର ୧୫.୫୫୦ଗ୍ରାମ ସୁନା,ରୁପା ୨୧୪.୩ଗ୍ରାମ,୬ଟି ପାଣି ପାଇପ,୯ବଣ୍ଡଲ ଇଲେକ୍ଟ୍ରି ତାର ସହ (ଓଆର ୦୨ବିଏ-୦୬୬୪)ନଂ ବିଶିଷ୍ଟ ହିରୋ ହୋଣ୍ଡା ପେଶନ ପ୍ରୋ ବାଇକ୍ ଜବତ କରିଛି ।ଗିରଫ ତିନିଜଣ ହେଲେ ଆନ୍ଦ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାସିବୁଗାର ପି. କ୍ରିଷ୍ଣା (୨୦), ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଗଣେଶ ନଗରର ସାଗର ମୁଳି (୧୯), ଗୋପାଳପୁର ଥାନା ଅନ୍ତର୍ଗତ ନାରଣପୁର ଅଞ୍ଚଳର ଶ୍ରୀଧର ବେହେରା (୨୯) ବୋଲି ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ନିମଖଣ୍ଡି ଓ ଗୋପାଳପୁର ଥାନା ଅଞ୍ଚଳରେ ଚୋରି କରିଥିବା ନେଇ ମାମଲା ରହିଥିଲା । ନିମଖଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟ ବିହାର,ବାସୁଦେବ ନଗର,ଭାବିନିପୂର ନୃସିଂହ ମନ୍ଦିର, ଓଡ଼ିଆ ଚଣ୍ଡୀପଦର, ଗୋପାଳପୁର ଥାନା ଅନ୍ତର୍ଗତ ବୀମା ନଗରରେ ଚୋରି କରିଥିଲେ ।ଗିରଫ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here