ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ ଓ ସମ୍ପାଦକ ହେଲେ ଏଲ .ଗୋପାଲ

0
199

ଛତ୍ରପୁର: ଛତ୍ରପୁର ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ଶନିବାର ମତଦାନ ହେବା ସହିତ ଫଳା ଫଳ ଘୋଷଣା କରାଯାଇଛି । ସଂଘର ସଭାପତି ଭାବେ ପ୍ରଦୀପ କୁମାର ପାଢୀ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଏଲ ଗୋପାଲ ରାଓ ବିଜୟୀ ହୋଇଥିଲେ । ସେହିପରି ଉପସଭାପତି ଭାବେ ପ୍ରମୋଦ କୁମାର ପୂରୋହିତ ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ଟି ମୋହନ ରାଓ ବିଜୟୀ ହୋଇଛନ୍ତି । ପୂର୍ବରୁ କାର୍ଯ୍ୟକାରୀ ସଭ୍ୟ ଭାବେ ପ୍ରଶାନ୍ତ କୁମାର ମହାନ୍ତି , କୋଷାଧ୍ୟକ୍ଷ ଭାବେ ଅନାମ ଚନ୍ଦ୍ର ପ୍ରଧାନ , ଲାଇବ୍ରେରୀ ସମ୍ପାଦକ ଭାବେ ମନୋଜ କୁମାର ବେହେରା(ସି) ଓ ସହ ସମ୍ପାଦକ ଭାବେ ଜିତୁନ କୁମାର ପାଢି ନିଦ୍ୱନ୍ଦ ଭାବେ ନିର୍ବାଚିତ ହୋଇଥିଲେ ।
ଛତ୍ରପୁର ଓକିଲ ସଂଘର ୧୮୦ଜଣ ସଦସ୍ୟ ରହିଥିବା ବେଳେ ଆଜି ୧୬୬ଜଣ ମତଦାନ କରିଥିଲେ । ସଭାପତି ପଦବୀ ନିମନ୍ତେ ଦୁଇଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲ।। ସିମାଞ୍ଚଳ ମହାପାତ୍ର ୭୧ଟି ଭୋଟ ପାଇଥିବା ବେଳେ ପ୍ରଦୀପ କୁମାର ପାଢି ୯୩ଟି ଭୋଟ ପାଇ ବିଜୟୀ ହାସଲ କରିଥିଲେ । ସେହିପର ସମ୍ପାଦକ ପଦବୀ ନିମନ୍ତେ ଦୁଇଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲ।। ସୁରେଶ କୁମାର ପଟ୍ଟନାୟକ ୬୭ ଟି ଭୋଟ ପାଇଥିବା ବେଳେ ଏଲ ଗୋପାଲ ରାଓ ୯୮ଟି ଭୋଟ ପାଇ ବିଜୟୀ ହାସଲ କରିଛନ୍ତି । ଉପସଭାପତି ପଦବୀ ନିମନ୍ତେ ତିନିଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ବିଶ୍ୱଭୂଷଣ ପାଢୀ ୨୫ଟି ଭୋଟ ପାଇଥିବା ବେଳେ ମନୋଜ କୁମାର ବେହେରାଙ୍କୁ ୬୦ଟି ଏବଂ ପ୍ରମୋଦ କୁମାର ପୂରୋହିତଙ୍କୁ ୭୭ଟି ଭୋଟ ପାଇ ବିଜୟୀ ହାସଲ କରିଛନ୍ତି । ସେହିପରି ଯୁଗ୍ମସମ୍ପାଦକ ପଦବୀ ନିମନ୍ତେ ୨ଜଣଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ।ସମୀର କୁମାର ପାଣିଗ୍ରାହୀ ୬୫ଟି ଭୋଟ ପାଇଥିବା ବେଳେ ଟି ମୋହନ ରାଓ ୧୦୦ଟି ଭୋଟ ପାଇ ବିଜୟୀ ହାସଲ କରିଥିଲେ । ନିର୍ବାଚନ ଅଧିକାରୀ ସିଏଚ ସୂର୍ଯ୍ୟନାରାୟଣ ରେଡ୍ଡୀ ଦାୟିତ୍ୱ ତୁଲାଇ ଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ଦେବେନ୍ଦ୍ର ନାଥ ମିଶ୍ର ଦାୟିତ୍ୱ ତୁଲାଇଛନ୍ତି ।

LEAVE A REPLY

Please enter your comment!
Please enter your name here