ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉରେ ବାସଗୃହରୁ ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ କାଠ ଜବତ

0
181

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଓ ବନବିଭାଗର ମିଳିତ ଚଢ଼ାଉରେ ସୋମବାର ଦିନ ସାନଖେମୁଣ୍ଡି ବ୍ଳକ ଟି. ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଖେମୁଣ୍ଡିଖୋଲ ଗ୍ରାମର ଏକ ବାସଗୃହରୁ ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ କାଠ ଜବତ କରାଯାଇଥିବା ଜଣାପଡ଼ିଛି । ବନବିଭାଗ ମାମଲାରେ ଖେମଣ୍ଡିଖୋଲ ଗ୍ରାମର ସାନଲିମା ମଣ୍ଡଳ (୫୭) ଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଖବରନୁଯାୟୀ , ଆଜି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ପୋଡାମାରୀ ବନବିଭାଗ ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ କର୍ମକର୍ତ୍ତା ମାନେ ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଘରେ ଚଢ଼ାଉ କରି ବିପୁଳ ପରିମାଣର ବିଭିନ୍ନ କିସମର ବେଆଇନ କାଠପଟା ଜବତ କରିପାରିଥିଲା । ଏହାପରେ ଉକ୍ତ କାଠପଟାକୁ ୩ ଗୋଟି ଟ୍ରାକ୍ଟର ସାହାଯ୍ୟରେ ବନବିଭାଗ କାର୍ଯ୍ୟାଳୟ ଅଣାଯାଇ ମାପଚୁପ କରାଯାଉଥିବା ବେଳେ ଖବର ପରିବେଷଣ ପର୍ଯ୍ୟନ୍ତ ଜବତ କାଠର ସଠିକ ମାପ ହୋଇପାରିନଥିବା ବନବିଭାଗ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here