କବିସୂର୍ଯ୍ୟନଗର ବିଧାୟିକାଙ୍କ ବେଗୁନିଆପଡ଼ା ଗସ୍ତ

0
674

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୁରୁବାର ଦିନ ବେଗୁନିଆପଡ଼ା ବ୍ଳକ ଗସ୍ତ କରି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଲୋକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେ ଚାରୋଟି ପଞ୍ଚାୟତ ଯଥା ବୁରୁଝରି, ବଡ ଖଇରଖମା,ସୁମଣ୍ଡଳ ଓ ସୁକୁଣ୍ଡାର ବିଭିନ୍ନ ଗ୍ରାମ ବୁଲି, ବିପୁଳ ଭୋଟରେ ବିଜୟୀ ହୋଇଥିବା ଯୋଗୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମର ଅଭାବ ଅସୁବିଧା ଲୋକ ମାନଙ୍କୁ ପଚାରି ବୁଝିଥିବା ସହ ସାମୁହିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଦଳ ଗୋଷ୍ଠୀରୁ ଉର୍ଦ୍ଧ୍ଵରେ ରହି ନବୀନ ବାବୁଙ୍କ ସହଯୋଗରେ ଉନ୍ନୟନ କାର୍ଯ୍ୟରେ ପ୍ରତି ବନ୍ଧକ ସ୍ରୁଷ୍ଟି ନ କରି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ସ୍ଥାନୀୟ ଲୋକମାନେ ପାନୀୟ ଜଳ ଯୋଗାଣ, ରାସ୍ତା,ମନ୍ଦିର ନିର୍ମାଣ କୋଠ ଘର, ରେସନ କାର୍ଡ, ଆବାସ ଗୃହ, ଭତ୍ତା ଆଦି ବିଷୟରେ ଦାବୀ କରିଥିଲେ । ଉକ୍ତ ଦାବୀ ଗୁଡିକୁ ପର୍ଯ୍ୟାୟ କ୍ରମେ ପୂରଣ କରିବା ପାଇଁ ବିଧାୟିକା ପ୍ରତିଶୃତି ଦେଇଥିଲେ । ଏଥିରେ ବେଗୁନିଆପଡ଼ା ବ୍ଳକ ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ,ପ୍ରଫୁଲ କୁମାର ତିଆଡି ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ବିଜୁ ଶ୍ରମିକ ସାମ୍ମୁଖ୍ୟ ଉପସଭାପତି ବିଜୟ କୁମାର ନାୟକ, ଅନେକ ସରପଞ୍ଚ,ସମିତି ସଭ୍ୟ, ଅନ୍ୟାନ୍ୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here