ଗାନ୍ଧିଜୀଙ୍କ ଜୟନ୍ତି ଅବସରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ

0
708

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗୋପାଳପୁର ବେଳାଭୂମି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ସମ୍ବିଧାନ ମୁଖ୍ୟପ୍ରବନ୍ଧରେ ଅଂହିସାକୁ ସ୍ଥାନ ଦିଆଯାଉ ବୋଲି ସ୍ଵରଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ମାନ୍ୟବର ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମାନ୍ୟବର ମନ୍ତ୍ରୀ ଆଦିବାସୀ ବେପାର ଶ୍ରୀ ଜଗନ୍ନାଥ ସାରକା ଯୋଗଦେବା ସହ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ,ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ,ଜିଲାପରିଷଦ ଅଧକ୍ଷା ଶ୍ରୀମତୀ ସୋନାମ ପୋଲାଇ,ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା,ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହାରା,ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ/ବିଧାୟିକା ଏବଂ ମାନ୍ୟବର ବିଧାୟକ ପୋଲସରା ଶ୍ରୀ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here