ବିଦ୍ଯୁତ ଆଘାତରେ ଶ୍ରମିକର ମୃତ୍ୟୁ

0
508

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ)ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ପଂଚାୟତ ର ଝାଡ଼ସାହି ଠାରେ ଜଳଯୋଗାଣ କାର୍ଯ୍ୟ ଚାଲୁ ଥିବା ବେଳେ ରାସ୍ତା ଉପରେ ଯାଇଥିବା ବିଦ୍ଯୁତ ତାର ରେ ଲୁହା ପାଇପ ବାଜି ଖଦାଳ ଗୌଡ଼ (୪୫) ନାମକ ଜଣେ ଶ୍ରମିକ ର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଝାଡ଼ସାହି ରେ ଜଳଯୋଗାଣ କାର୍ଯ୍ୟ ଚାଲୁଥିବା ସମୟ ରେ ଶ୍ରମିକ ଖଦାଳ ଗୌଡ଼ ଲୁହା ପାଇପ କୁ ଉପରକୁ ଉଠେଇଦେବାରୁ ଉପରେ ପଟେ ଯାଇଥିବା ବିଦ୍ଯୁତ ତାର ରେ ସଂଯୋଗ ହୋଇ ଆଘାତ ଲାଗିଥିଲା ଫଳରେ ଘଟଣା ସ୍ଥଳରେ ସେ ଟଳି ପଡ଼ିଥିଲେ। ସ୍ତାନୀୟ ଶ୍ରମିକ ମାନେ ପ୍ରଥମେ 108 କୁ କଲ କରିଥିଲେ, ସେ ନ ଆସିବାରୁ ଦମକଳ ଗାଡି ଯାଇ ଗୁରୁତର ଖଦାଳ କୁ ଜଗନ୍ନାଥ ପ୍ରସାଦ ମେଡିକାଲ କୁ ଆଣିଥିଲେ।ହେଲେ ସେଠାରେ ଡାକ୍ତର ଖଦାଳ ଙ୍କୁ କିଛି ସମୟ ପରେ ମୃତ୍ୟୁ ଘୋଷଣା କରିଥିଲେ। ଖଦାଳ ଙ୍କ ଘର ଭଞ୍ଜନଗର ବ୍ଳକ ମଳାସପଦର ଗ୍ରାମର ବୋଲି ଜଣା ଯାଇଛି। ଅପରପକ୍ଷରେ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here