ବଟେଶ୍ୱର ବେଳାଭୂମି ଠାରେ ବନ ଦିବସ ପାଳିତ; ବାଲୁକା ଶିଳ୍ପୀ ସତ୍ୟଙ୍କ ବାଲୁକା କଳା ମୁଖ୍ୟ ଆକର୍ଷଣ

0
285

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବଟେଶ୍ୱର ବେଳାଭୂମି ଠାରେ ସତ୍ୟସ୍ ଆର୍ଟ ଏଣ୍ଡ କ୍ରାଫ୍ଟ , ବ୍ରହ୍ମପୁର ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦର ମିଳିତ ସହଯୋଗରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି ।
ପ୍ରତି ବର୍ଷ ମାର୍ଚ୍ଚ ୨୧ ତାରିଖରେ ବିଶ୍ବ ବ୍ୟାପି ବନ ଦିବସ ପାଳିତ ହେଉଅଛି । ଜଙ୍ଗଲ ସମ୍ପଦର ସୁରକ୍ଷା,ସଂରକ୍ଷଣ ଓ ପୁନରୁଦ୍ଧାର ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ବାଲୁକା ଶିଳ୍ପୀ ସତ୍ୟ ମହାରଣା ଙ୍କ ଦ୍ୱାରା ନିର୍ମିତ ପ୍ରକୃତି ସୁରକ୍ଷା ବାଲୁକା କଳା ପ୍ରମୁଖ ଆକର୍ଷଣ ହୋଇଥିଲା । ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକ ମାନେ ବାଲୁକା କଳା ଦେଖି ଖୁସି ପ୍ରକାଶ କରିଥିଲେ । ସ୍ୱେଚ୍ଛାସେବୀ ମାନେ ସମୁଦ୍ର ବେଳାଭୂମି ସଫା କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଯୋଗଦେଇ ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ , ପରିଷଦ ର ସମ୍ପାଦକ ବିଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here