ଛତ୍ରପୁର ମହିଳା ଡିଗ୍ରୀ କଲେଜ ର ୨୫ତମ ବାର୍ଷିକ ଉତ୍ସଵ ପାଳିତ

0
671

ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଛତ୍ରପୁର ମହିଳା ଡିଗ୍ରୀ କଲେଜ ର ୨୫ତମ ବାର୍ଷିକ ଉତ୍ସବ ପିନ୍ସପାଲ ସୁମିତା ମିଶ୍ରଙ୍କ ପୌରହିତ୍ୟରେ ମହାସମାରୋହ ପାଳିତ ହୋଇଯାଇଛି l ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ସମ୍ନାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ଛତ୍ରପୁର ମହିଳା ଡିଗ୍ରୀ କଲେଜର ପ୍ରତିଷ୍ଠାତା ସଦସ୍ୟ ପ୍ରଫୁଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କ ଉତ୍ତମ ଭବିଷ୍ୟତ ନିମନ୍ତେ କମନା କରିଥିଲେ l ଅଧ୍ୟାପିକା କବିତା ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପ୍ରିନସିପାଲ ଶ୍ରୀମତୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ପ୍ରାରମ୍ଭରେ କଲେଜର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା l ଶେଷରେ ଏହି ଅବସର ପୂର୍ବରୁ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here