ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ

0
204

ଛତ୍ରପୁର:ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ ଓ ସମୟ ସରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ୱରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା ସକାଶେ ଇଚ୍ଛୁକ ଯାତ୍ରୀଗଣ ଯାତ୍ରା ଆଗ୍ରୀମ ଟିକଟ ସଂଗ୍ରହ କରିପାରିବେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକଟ ସଂଗ୍ରକ୍ଷଣ କରିବା ସକାଶେ ବ୍ୟବସ୍ଥା କରାଯାଇଛି । ମାର୍ଚ୍ଚ ମାସ ୧୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମୟ ଓ ନିର୍ଦ୍ଧାରଣ ଏଥି ସହିତ ସର୍ବସାଧାରଣଙ୍କ ଅବଗତି ସକାଶେ ପ୍ରକାଶ କରାଗଲା । ଯାତ୍ରା ଟିକଟର ମୁଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ । ଆଗ୍ରୀମ ଟିକଟ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ ଫୋନ ନମ୍ବର 82800 85437ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here