ତିନି ଦଫା ଦାବିରେ ଶିକ୍ଷକ ସଂଘର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

0
334

ବୁଗୁଡା: ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମାର୍ଚ୍ଚ ୧୦ ତାରିଖ ଦିନ ପ୍ରାଥମିକ ଶିକ୍ଷକ ଭବନରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟ ସଡକ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସ ରେ ପହଞ୍ଚିଥିଲା। ଶିକ୍ଷା ସହାୟକ ଓ ଜୁନିୟର ଟିଚର ଆଠ ବର୍ଷକୁ ଚାକିରୀ ସମୟ ଭାବେ ଗଣାଯାଇ ଇଂକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ଓ ପୁରୁଣା ପେନସନ କାର୍ଯ୍ୟକାରୀ କରିବା ଦାବିରେ ବିଇଓ କବିବର ପ୍ରଧାନଙ୍କ ଜରୀଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଫାଇବ ଟି ସଚିବ, ଗଣଶିକ୍ଷା ବିଭାଗ କମିଶନର ଓ ସେକ୍ରେଟାରୀ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ସଭାପତି ପିତାମ୍ବର ଗୌଡ଼ ଓ ସମ୍ପାଦକ ସନାତନ ପ୍ରଧାନଙ୍କ ନେତୃତ୍ୱରେ ପୁରୁଷୋତ୍ତମ ପ୍ରଧାନ, ସୁରେନ୍ଦ୍ର ଜେନା, ଅଳୀୟ ସାମଲ, ସୀତାରମ ତ୍ରିପାଠୀ, ରାଜେଶ ସାହୁ, ମଞ୍ଜୁଲତା ପ୍ରଧାନ, ଅପରାଜିତା ବେହେରା ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here