ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ଆସିକା ଏସଡିପିଓ

0
175

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ଚାଲିଥିବା ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମରେ ଆସିକା ଏସଡିପିଓ ଉମାଶଙ୍କର ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଜଣାପଡିଛି । ପଞ୍ଚାୟତ ବାସୀଙ୍କ ସହଯୋଗ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରକୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ସ୍ଥାନୀୟ ତହସିଲଦାର ଶ୍ରୀନିବାସ ବେହେରା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ , ସରପଞ୍ଚ ସୁନିତା ସେଠୀ , ସରପଞ୍ଚ ପ୍ରତିନିଧି ଦେବରାଜ ସେଠୀ , ସମିତି ସଭ୍ୟ କାଳୁ ଭୂୟାଁ ଉପସ୍ଥିତ ରହି ଶିବିରରେ ଅନୁଧ୍ୟାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସର୍ବମୋଟ ୧୦୫ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିବା ବେଳେ ୧୫ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଶେଷରେ ୩୫ ଜଣଙ୍କୁ ପରଳ ତଥା ମୋତିଆ ବିନ୍ଦୁ ଚିହ୍ନଟ ପରେ ମାଗଣା ଗ୍ଳୁକୋମ ଚକ୍ଷୁ ଚିକିତ୍ସା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟ କ୍ଯାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତଙ୍କ ନେତୃତ୍ବରେ କର୍ମକର୍ତ୍ତା ସଂଗ୍ରାମ ଚୌଧୁରୀ , ଜେଡ୍ .ଅହମଦ , ସୁନିତା ଗୌଡ଼ , ଦୀପିକା ରାଉତ , ରଘୁନାଥ ପାଢ଼ୀ ଶିବିର ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here