ନାରୀକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

0
192

ବ୍ରହ୍ମପୁର : ଆମ ଜୀବନରେ ଥିବା ପ୍ରତି ଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ ।ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି । କେବେ ମା’ ଭାବରେ,କେବେ ଭଉଣୀ ଭାବରେ ଓ କେବେ ଜଣେ ପତ୍ନୀ ଭାବରେ । ପୁରା ବିଶ୍ଵରେ ମହିଳାମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରତି ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସାମାଜିକ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ସ୍ଥାନୀୟ ବ୍ରହ୍ମାନଗର ର ତୃତୀୟ ଲାଇନ୍ ସ୍ଥିତ ମା’ ତାରାତାରିଣୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥିଙ୍କ ଗହଣରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ସହ କେକ୍ କଟିଙ୍ଗ୍ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଅତିଥି ରୂପେ ସମାଜସେବୀ ବନ୍ଦିତା ତ୍ରିପାଠୀ, ୨୪ ନମ୍ବର ବିଏମ୍‌ସି କର୍ପୋରେଟର୍ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, କର୍ପୋରେଟର୍ ସୋନାଲି ଗନ୍ତାୟତ ଓ ବ୍ରିଗେଡିୟର୍ ଅଶୋକ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ମହିଳାଙ୍କୁ ସ୍ଵାଭିମାନୀ ହେବାକୁ ଗୁରୁତ୍ବ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖୁଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ.ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ଵର ମଙ୍ଗଳ କରିବାକୁ ଚେଷ୍ଟା କରିବା ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ମହିଳା ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଚର୍ଚ୍ଚିକା ଦାଶ ଓ ଶୁଭ୍ରାଂଶୀ ମହାରଣା ଉଦ୍‌ଘୋଷକ ରୂପେ କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ ।କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟଙ୍କ ଦ୍ଵାରା ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥର କ୍ରାନ୍ତି ଅନୁଷ୍ଠାନର ସହ ନିର୍ଦ୍ଦେଶକ ସଞ୍ଜୟ କୁମାର ରଥ, ନିର୍ମଳା ଦାଶ, ଅରୁଣ ପଟ୍ଟନାୟକ,ସ୍ନିଗ୍ଧାରାଣୀ ମହାରଣା, ଲକ୍ଷ୍ମୀ ପଣ୍ଡା, ଆରତୀ ପଟ୍ଟନାୟକ, ଗୀତା ସାହୁ, ମନୋଜ ସାହୁ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here