ଦିଗପହଣ୍ଡି ବ୍ଳକର ୧୨ ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୨୨୭୮ ବିଦ୍ୟାର୍ଥୀ

0
178

ଗଞ୍ଜାମ:ଶୁକ୍ରବାର ଦିନ ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହୋଇଯାଇଛି ଦଶମ ବୋର୍ଡ ପରୀକ୍ଷା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ୧୨ ଗୋଟି ପରୀକ୍ଷା କେନ୍ଦ୍ରରେ ୨୨୭୮ ଜଣ ବିଦ୍ୟାର୍ଥୀ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଥିବା ଜଣାପଡିଛି । ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବ୍ଳକ ଅଧିନସ୍ଥ ଭୀଷ୍ମଗିରି , ଗୋକର୍ଣ୍ଣପୁର , ଗୈାଡ ଗାଁ , ପଦ୍ମନାଭପୁର ନୋଡାଲ ହାଇସ୍କୁଲ ଓ ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ , ଫାସିଗୁଡା , ସିଦ୍ଧେଶ୍ବର , ତଲା ସିଂ , ବମକୋଇ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲ ଓ ବାଳିକା ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବିଦ୍ୟାର୍ଥୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ପରୀକ୍ଷା ଦେଇଥିଲେ । ତେବେ ଦିଗପହଣ୍ଡି ବ୍ଳକରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନିମନ୍ତେ ୨୩୦୯ ଜଣ ବିଦ୍ୟାର୍ଥୀଙ୍କ ନାମ ପ୍ରକାଶ ପାଇଥିବା ବେଳେ ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତି ରହିଥିବା ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ସୂଚନା ଦେଇଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here