ଗଛରେ ପିଟିହେଲା ଟ୍ରକ, ଡ୍ରାଇଭର ଗୁରୁତର ଆହତ

0
206

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ନିକଟରେ ଏକ ଚାକୁଣ୍ତା ଗଛରେ ଓଡ଼ି ୧୮ ଜି ୦୩୬୫ ଟ୍ରକ୍ ପିଟି ହୋଇ ଡ୍ରାଇଭର ଗୁରୁତର ହେବା ସହ ଟ୍ରକର ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ଘଟଣାରୁ ଜଣାପଡିଛିଯେ ବୁଗୁଡା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ରାଜେନ୍ଦ୍ର ଜେନା ଏକ ପୁରୁଣା ଟ୍ରକ କିଣି ଖାଲି ଟ୍ରକକୁ ଚଳାଇ ବୁଗୁଡା ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଚାକୁଣ୍ତା ଗଛରେ ପିଟି ହୋଇଥିଲା। ଦୁର୍ଘଟଣାରେ ରାଜେନ୍ଦ୍ରଙ୍କ ମୁଣ୍ତରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ପୋଲସରା ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ରାଜେନ୍ଦ୍ରଙ୍କୁ ବ୍ରହ୍ମପୁର ବଡ ମେଡିକାକୁ ସ୍ଥାନାନ୍ତର କରାଯାଇଥିଲା। ପୋଲସରା ଓ ବୁଗୁଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here