ବୁଗୁଡ଼ାରେ ବିଧାୟକ ଓ ପ୍ରଶାସକଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ

0
265

ବୁଗୁଡା:ବୁଗୁଡା ବ୍ଲକର ୩ ଗୋଟି ପାଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଜୁନ ଚାରି ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ , ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବ୍ଲକର ମୋଟବାଡ଼ି, ଗୌଡ଼ିଆବୋରଦା ଓ ଅନ୍ତରପଡ଼ା ତିନି ଗୋଟି ଗ୍ରାମ ପଞ୍ଚାୟତରେ କୋଭିଡ ସଚେତନତା ପାଇଁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ହୁ ହୁ ବୃଦ୍ଧି ପାଉଥିବା ଯୋଗୁଁ ବିଧାୟକ ଶ୍ରୀ ସାହୁ ଉଦବେଗ ପ୍ରକାଶ କରିଥିଲେ। ବିବାହ ଓ ଅନ୍ୟାନ୍ୟ ଭୋଜି ଗୁଡିକରେ ପ୍ରବଳ ଜନଗହଳି ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ମୁଖ୍ୟ କାରଣ ହୋଇଥିବା ଯୋଗୁଁ ଭୋଜିଭାତ ବନ୍ଦ କରିବା ପାଇଁ ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ। ପ୍ରଶାସନଙ୍କ ଅନୁମତି ନେଇ ଅତି କମ୍ ସଂଖ୍ୟକ ଅତିଥିଙ୍କୁ ଡାକି ବିବାହ ଓ ମୃତାହ କାର୍ଯ୍ୟକ୍ରମ କରିବା ସହ ଭୋଜି ରୋଷେଇ ନକରି ପ୍ୟାକେଟ ଖାଦ୍ୟ ବଣ୍ଟନ ପାଇଁ ବିଡ଼ିଓ ଶ୍ରୀ ପାତ୍ର ଓ ତହସିଲଦାର ଶ୍ରୀ ଜେନା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଧାୟକ ବିଭିନ୍ନ ସାହିରେ ବୁଲି କରୋନା ସଚେତନତା ସହ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here