ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସଚେତନତା ଶିବିର

0
274

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ୍ ସ୍ତରୀୟ ନିର୍ମାଣ ଶ୍ରମିକ ସଚେତନତା ଶିବିର ପୋଲସରା ଏନଏସି କଲ୍ୟାଣ ମଣ୍ଡପରେ ଫେବୃଆରୀ ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୬୧୭ ଜଣ ନିର୍ମାଣ ଶ୍ରମିକଙ୍କୁ ଚେକ୍ ଜରିଆରେ ସହାୟତା ରାଶି ଓ ଲେବର୍ କାର୍ଡ ବଣ୍ଟନ କରିଥିଲେ। ସଚେତନତା ଶିବିରରେ ଶ୍ରମ ବିଭାଗ ଅଧିକାରୀ ବୃନ୍ଦ ନରେନ୍ଦ୍ର କୁମାର ଗାଇପାଇ, ବାବୁ ଚରଣ ପାତ୍ର, ବିଜୟ କୁମାର ମଲ୍ଲିକ, ଲକ୍ଷ୍ମୀରେଖା ପଣ୍ଡା, ବି.ହୃଷିକେଶ ରାଓ, ଓ ଦେବାଶିଷ ନାୟକ ଯୋଗ ଦେଇଥିଲେ। ଏଥିସହ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ପୋଲସରା ଏନଏସି ଉପାଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ପ୍ରଫୁଲ କୁମାର ପ୍ରଧାନ, ସମୀର କୁମାର ଭୂୟାଁ, ସନ୍ତୋଷ କୁମାର ସାହୁ, ଦଣ୍ଡପାଣି ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଶ୍ରମ ମନ୍ତ୍ରୀ ଓ ଶ୍ରମ ଅଧିକାରୀ ବୃନ୍ଦ ଉପସ୍ଥିତ ଶ୍ରମିକମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here