ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
233

ଭଞ୍ଜନଗର: ଭଞ୍ଜନଗର ବ୍ଳକ ଗୁରାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଦେବୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଦୁଇ ଏ.ବି.ଇ.ଓ ନେତାଜୀ ବିଷୋୟୀ,ଶଙ୍କର୍ଷଣ ତ୍ରିପାଠୀ, ବିଶିଷ୍ଠ ଅତିଥି ରୂପେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନାଙ୍କ ସମେତ ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସି.ଆର୍.ସି.ସି ତ୍ରିନାଥ ବେହେରା ମଞ୍ଚାସୀନ ଥିଲେ ା ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ବେହେରା ଅତିଥିଙ୍କ ପରିଚୟ ପ୍ରଦାନ, ସ୍ବାଗତ ଭାଷଣ ଦେବା ସହ ବିଦ୍ୟାଳୟର ବିବରଣୀ ପାଠ କରି ଥିଲେ ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସହକାରୀ ଶିକ୍ଷକ ଅଭିଷେକ ନାୟକ,ତ୍ରିନାଥ ପ୍ରଧାନ, ଶିକ୍ଷୟିତ୍ରୀ ସୁବାସିନୀ ବେହେରା,ସାଗରିକା ସାହୁ,ମମତା ସାହୁ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସମସ୍ତ ସଭ୍ୟ ସଭ୍ୟା ତଥା ଗୁରାବାଡି ଗ୍ରାମବାସୀ ବୃନ୍ଦ ା ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଗତ ସୁରଭି-2022 କାର୍ଯ୍ୟକ୍ରମରେ କଣ୍ଠ ସଂଗୀତରେ ରାଜ୍ୟ ସ୍ତରକୁ ଯାଇଥିବା ଛାତ୍ରୀ ବୈଷ୍ଣବୀ ପ୍ରଧାନଙ୍କୁ , ବିଦ୍ୟାଳୟ ପ୍ରତି ଅବଦାନ ହେତୁ ପୂର୍ବତନ ପ୍ରଧାନ ଶିକ୍ଷକ କାଳୀ ଚରଣ ନାଇକଙ୍କୁ ଏବଂ ପିଲାଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ସ୍ବେଚ୍ଛାସେବୀ ଶିକ୍ଷୟିତ୍ରୀ ତୁଳସୀ ସାହୁ ଙ୍କୁ ସ୍ବତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା ା ଅପରାହ୍ନରେ ଛାତ୍ର ଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କ୍ଷୁଦ୍ର ନାଟକ “ପାପ କରିଦେଲା ପଣତ କାନି ” ମଞ୍ଚସ୍ଥ ହୋଇଥିଲା ା ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୁଲୁ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ, ସୁଦାମ ଦଳବରା, ସିଦ୍ଧାର୍ଥ କୁମାର ଶତପଥୀ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଶିକ୍ଷକ ପ୍ରଦୀପ କୁମାର ଶାସମଲ,ବିଶ୍ବଜିତ ସ୍ବାଇଁ,ମହେଶ୍ବର ବିଶ୍ବାଳ,ହରେକୃଷ୍ଣ ଦାଶ, ମୋହନ ଲାଲ ପ୍ରଧାନ , ମଦନ ମୋହନ ଆପଟ, ଶିକ୍ଷୟିତ୍ରୀ ଶୁଭାଞ୍ଜଳୀ ଗୌଡ, ଗିରିଜା ସାହୁ , ଅନୀତା ଗୌଡ ପ୍ରମୁଖ ବିଭିନ୍ନ ବିଦ୍ୟାଳୟରୁ ଯୋଗ ଦେଇଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here