ଅସହାୟ ଗର୍ଭବତୀ ମହିଳାଙ୍କ ସହାୟ ହେଲେ ଥାନା ଅଧିକାରୀ

0
189

ମୋହନା:ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଙ୍କ ମହାନତା, ଜଣେ ଅସହାୟ ଗର୍ଭବତୀ ମହିଳା ଙ୍କୁ ସାହାଯ୍ୟ କରି ମାନବିକତା ର ପରିଚୟ ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ ନିଶିକା l ସୂଚନା ପ୍ରକାରେ ମୋହନା ଥାନା ଅଧୀନରେ ଥିବା କର୍ଚ୍ଚବାଡି ଗ୍ରାମ ର ଲତା ବେହେରା(22) ଙ୍କୁ ଶ୍ୱଶୁର ଘର ଲୋକ ନ ପଚାରିବାରୁ ସେ ଦୀର୍ଘ ଦିନ ଧରି ଅସହାୟ ଅବସ୍ଥା ରେ ଏକା ରହୁଥିଲେ l ଗୁରୁବାର ଦିନ ରାତ୍ରି ସମୟରେ ଲତା ଙ୍କ ପ୍ରସବ ବେଦନା ହୋଇଥିଲା l ପାଖରେ କେହି ନଥିବାରୁ ସେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଙ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ l ପରେ ଥାନା ଅଧିକାରୀ ନିଷିକା ତାଙ୍କୁ କର୍ଚ୍ଚବାଡ଼ି ଗ୍ରାମ ରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, କିନ୍ତୁ ସେଠାରେ ପ୍ରସବ ହୋଇନପାରି ବେଦନା ଅଧିକ ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଇବା ପାଇଁ କହିଥିଲେ l ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଟପଟ ହେଉଥିବା ମହିଳା ଲତାକୁ ବ୍ରହ୍ମପୁର mkcg ମେଡିକାଲ ପଠାଇବା ବ୍ୟବସ୍ଥା କରିଥିବା ସହ ନିଜ ବିଭାଗ କର୍ମଚାରୀଙ୍କୁ ଗର୍ଭବତୀ ଲତା ଙ୍କ ସଙ୍ଗରେ ପଠାଇଛନ୍ତି l ମୋହନା ଥାନା ଅଧିକାରୀଙ୍କ ଏଭଳି ମହାନ ମାନବିକତା କାର୍ଯ୍ୟ କୁ ବୁଦ୍ଧିଜୀବି ଙ୍କ ମହଲ ରେ ଉଚ୍ଚ ପ୍ରଶଂସା କରାଯାଇଛି l

ରିପୋର୍ଟ:ଅଂଶୁ ପାଣ୍ଡେ

LEAVE A REPLY

Please enter your comment!
Please enter your name here