ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତ୍ତି ଛାତ୍ରଛାତ୍ରୀ ବୃନ୍ଦ

0
211

ବୁଗୁଡା :ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାର ଷଷ୍ଠ ଶ୍ରେଣୀ ପ୍ରଥମ ସ୍ତର ଓ ନବମ ଶ୍ରେଣୀ ଦ୍ଵିତୀୟ ସ୍ତର ପରୀକ୍ଷା ଫଳ ପ୍ରକାଶ ପାଇଛି। ବୁଗୁଡା ବ୍ଲକ ଓ ଏନଏସି ରେ ନିମ୍ନ ପ୍ରକାରେ ଛାତ୍ରଛାତ୍ରୀ ବୃନ୍ଦ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ସ୍ତର ଷଷ୍ଠ ଶ୍ରେଣୀର ବ୍ଲକରେ ୧- ପ୍ରିୟଦର୍ଶନୀ ଗୌଡ଼, କରଚୁଲି ଉ.ପ୍ରା. ବିଦ୍ୟାଳୟ, ୨- କେଶବାନନ୍ଦ ସ୍ବାଇଁ, କଲମ୍ବ ଛକ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ୩- ଆଶୁତୋଷ ସ୍ୱାଇଁ, ସୋରଡ଼ ଉ.ପ୍ରା.ବିଦ୍ୟାଳୟ, ୪- ସାଇ ପ୍ରସାଦ ଗୌଡ଼, ଦାଦାରଖୋଲ ଉ.ପ୍ରା.ବିଦ୍ୟାଳୟ, ୫- ଇପ୍ସିତା ଦାଶ, ବାଲିପଦର ହାଇ ସ୍କୁଲ, ୬- ସ୍ୱୟଂ ଶ୍ରୀୟା ମହାଙ୍କୁଡ, ବାଲିପଦର ଉ.ପ୍ରା.ବିଦ୍ୟାଳୟ, ୭- ଅମୃତା ନାୟକ, କରଚୁଲି ଉ.ପ୍ରା.ବିଦ୍ୟାଳୟ, ୮- ଶ୍ୟାମଳି ପ୍ରଧାନ, କଲମ୍ବ ଛକ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ୯- ନିବେଦିତା ବେହେରା, ସୋରଡ଼ ଉ.ପ୍ରା.ବିଦ୍ୟାଳୟ, ୧୦- ତରୁଣ ପାତ୍ର, ବାଲିପଦର ଉ.ପ୍ରା.ବିଦ୍ୟାଳୟ। ସେହିପରି ବୁଗୁଡା ଏନଏସିରେ ୧- ପୁଷ୍ପାଞ୍ଜଳି ଗୌଡ଼, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ୨- ରୁଦ୍ର ପ୍ରସାଦ ନନ୍ଦ, ସାଇ ସରସ୍ୱତୀ ଶିଶୁ ମନ୍ଦିର, ୩- ହିମାଂଶୁ ଶେଖର ଭୂୟାଁ, ପିପୁଲସ ହାଇ ସ୍କୁଲ, ୪, ୫, ୬ ଓ ୭ ଯଥାକ୍ରମେ ଓଁ ପ୍ରସାଦ ପଟ୍ଟନାୟକ, ଶୁଭ ଦର୍ଶନୀ ପାଢ଼ୀ, ବୈଶାଳୀ ଦଳାଇ, ଓ ଗୁରୁମୁର୍ତ୍ତି ଗୌଡ଼, ଚାରିଜଣ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର। ନବମ ଶ୍ରେଣୀ ଦ୍ଵିତୀୟ ସ୍ତରରେ ଗୁଗୁଡା ବ୍ଳକର ୧- ସୁଶ୍ରୀତା ପଟ୍ଟନାୟକ, ଓ ୨- ଏମ. ଜଗବନ୍ଧୁ ପାତ୍ର, ଉଭୟେ ବିରଞ୍ଚିପୁର ରାଧାକୃଷ୍ଣ ହାଇ ସ୍କୁଲ, ୩- ଚନ୍ଦନ ପ୍ରସାଦ ଦାଶ, ଶଙ୍କୁରୁ ଏସ.ବି.ଏସ. ହାଇ ସ୍କୁଲ, ୪- ସୋନାଲି ନାୟକ, ଅନ୍ତରପଡା ଶାଙ୍କୁଳେଇ ବିଦ୍ୟାପୀଠ, ୫- ଆଦିତ୍ୟ ପ୍ରସାଦ ପାଣି ଓ ୬- ପ୍ରତୀକ୍ଷା ମହାଙ୍କୁଡ, ଉଭୟେ ଶଙ୍କୁରୁ ଏସ.ବି.ଏସ. ହାଇ ସ୍କୁଲ। ସେହିପରି ବୁଗୁଡା ଏନଏସିର ୧- ସୁନୀଲ କୁମାର ରାଉତ, ପିପୁଲସ ହାଇ ସ୍କୁଲ, ୨- ରଶ୍ମିତା ସାହୁ ଓ ୩- ଲିଜାରାଣୀ ଗୌଡ଼, ଉଭୟେ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ, ୪- ଜୟଶ୍ରୀ ନାୟକ ଓ ୫- ଶିବାନୀ ବିଷୋୟୀ ଉଭୟେ ବୁଦ୍ଧଗିରି ବିଦ୍ୟାପୀଠ । କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଞ୍ଚଳବାସୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here