ଧର୍ମ ପରାୟଣ ମହିଳାଙ୍କ ପରଲୋକ

0
215

ଵ୍ରହ୍ମପୁର:: ପାଣୀଗ୍ରାହୀପେଣ୍ଠ ବ୍ରଜରାଜନଗରର ଧର୍ମ ପରାୟଣ ମହିଳା ସାରୀ ରାଉତ(୮୩)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଇଯାଇଛି ା ସ୍ବର୍ଗତା ରାଉତ ହେଉଛନ୍ତି ବ୍ରହ୍ମପୁରର ଯୁବ ସାମ୍ବାଦିକ ଆର୍ଶୀବାଦ ରାଉତଙ୍କ ଜେଜେମା ା ଶେରଗଡ ବ୍ଲକ ଚିକିଲିର ମୂଳନିବାସୀ ତଥା ସ୍ବର୍ଗତ ସନ୍ତୋଷ ରାଉତଙ୍କ ମାଆ ସ୍ବର୍ଗତା ସାରୀ ରାଉତ କିଛି ବର୍ଷ ହେବ ବ୍ରଜରାଜନଗର ସ୍ଥିତ ନିଜ ନାତୀଙ୍କ ଘରେ ରହୁଥିଲେ ା ବୟସାଧୀକ କାରଣରୁ ସେ ବିଭିନ୍ନ ରୋଗରେ ପିଡିତ ଥିଲେ ା ଆଜି ପରଲୋକ ପରେ ତାଙ୍କ ପୁରୀ ସ୍ବର୍ଗ ଦ୍ବାରକୁ ନିଆଯାଇ ସେଠାରେ ଶେଷକୃତ ସମ୍ପନ୍ନ କରାଯାଇଥିଲା ା ଶେଷ ସମୟରେ ପୂତ୍ରବଧୂ ରାଜଲକ୍ଷ୍ମୀ, ନାତୁଣୀ ବୋହୁ ସ୍ବାଗତିକାଙ୍କ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ ା ନାତୀ ଆର୍ଶୀବାଦ ମୁଖାଗ୍ନୀ ଦେଇଥିଲେ ା

LEAVE A REPLY

Please enter your comment!
Please enter your name here