ସାତନଳ ଠାରେ ଆଇନୀ ସଚେତନତା ଶିବିର

0
792

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାତନଳ ଠାରେ କୋଦଳା ତାଳୁକା ଆଇନୀସେବା ପ୍ରାଧିକରଣ ତରଫରୁ ଏକ ଆଇନୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ସିଭିଲ ଜଜ ବିଷ୍ଣୁଦେବ ଜେନା ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ଜନତାଙ୍କୁ ଆଇନୀର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ, କୋଦଳା ଓକିଲ ସଙ୍ଘ ସଭାପତି ତାରିଣୀ ଚରଣ ପଟ୍ଟନାୟକ, ସମ୍ପାଦକ ଶୁଭ୍ର ମଣି ଦାସ, ଆଇନୀଯିବି ସୁବାଷ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପଳାଇ, ସପ୍ନ କୁମାର ମିଶ୍ର, ସରପଞ୍ଚ, ସମିତିସଭ୍ୟ ସମେତ ବହୁସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here