ଶିବ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ

0
276

ଲଛତ୍ରପୁର: ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଛତ୍ରପୁର ବ୍ଲକ ର ବିଭିନ୍ନ ସ୍ଥାନ ମାନଙ୍କରେ ଶିବ ଧ୍ଵଜା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମ ରେ ଆଖ ପାଖ ର ଅନେକ ଇଶ୍ୱରିୟ ପ୍ରେମୀ, ବିଶେଷ ଗଣମାନ୍ୟ ବ୍ୟକ୍ତି ତଥା ବହୁ ଜନ ସାଧାରଣ ଯୋଗଦାନ ଦେଇଥିଲେ। ନିରାକାର ପରମାତ୍ମା ଶିବ ନିକଟ ଭବିଷ୍ୟତ ରେ ଆସିବାକୁ ଯାଉଥିବା ସତ୍ୟଯୁଗୀ ଦୈବୀ ଦୁନିଆ ର ସ୍ଥାପନା କରିବାକୁ ଧରାବତରଣ କରି ସାରିଛନ୍ତି ଏବଂ ଆତ୍ମା ମାନଙ୍କୁ ନରରୁ ଶ୍ରେଷ୍ଠାଚରି ନାରାୟଣ ଓ ନାରିରୁ ଲକ୍ଷ୍ମୀ ବନାଇବାକୁ ରାଯଯୋଗ ଏବଂ ଗୀତା ଜ୍ଞାନ ଶିକ୍ଷ୍ୟା ଦେଉଛନ୍ତି। ଏହି ଶୁଭ ସନ୍ଦେଶ ଜନ ଜନ ଙ୍କ ନିକଟରେ ପହଞ୍ଚାଇବା ଶାନ୍ତି ଯାତ୍ରା ର ଉଦ୍ଦେଶ୍ୟ ଥିଲା। ଏହିଭଳି ସପ୍ତାହ ବ୍ୟାପୀ ବିଭିନ୍ନ ସ୍ଥାନର କାର୍ଯ୍ୟସୂଚୀ ରେ ଆଜି ସହେବଜେନା ପଲ୍ଲୀ,ଭାଗ୍ୟଲକ୍ଷ୍ମୀନଗର, କାଳିଆବାଲି, ଷ୍ଟେସନ ରୋଡ, ବଜାର ଛକ, ନ୍ୟୁ ପୋଲିସ ଲାଇନ, ରାମକୃଷ୍ଣ ନଗର ଓ ଶାନ୍ତି ନଗର ରେ ଏହି ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଉନ୍ନୟନ ଅଧିକାରୀ ପ୍ରାଣକୃଷ୍ଣ ପଟ୍ଟନାୟକ ଯୋଗଦାନ ଦେଇଥିଲେ ଓ ସଞ୍ଚାଳନ କରିଥିଲେ ଛତ୍ରପୁର ସେବାକେନ୍ଦ୍ର ର ମୁଖ୍ୟ ସଂଚଳିକା ବ୍ରହକୁମାରି ରାଜ ଯୋଗିନୀ ବିଜୟଲକ୍ଷ୍ମୀ ଏଵଂ ବ୍ରହ୍ମକୁମାରୀ ଭାଈ ଓ ଭଉଣୀ ମାନେ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here