ପୌର ନିର୍ବାଚନ:ଶେଷ ଦିନରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ

0
742

ଭଞ୍ଜନଗର: ଚଳିତ ପୌର ନିର୍ବାଚନର ଆଜି ଶେଷ ଦିବସରେ ଅଧ୍ୟକ୍ଷ ପଦ ସମେତ ବିଭିନ୍ନ ୱାର୍ଡ ପାଇଁ ୧୫ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି। ଅଧ୍ୟକ୍ଷ ପଦ ପାଇଁ ଗତକାଲି ବିଜେଡି ପକ୍ଷରୁ ଗୋପବନ୍ଧୁ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆଜି ବିଜେପି ପକ୍ଷରୁ ଶିବ ପ୍ରସାଦ ମହାପାତ୍ର ଷ୍ଟେଟ ବ୍ୟାଙ୍କ ଛକରୁ ଏକ ଶୋଭାଯାତ୍ରାରେ ଆସି ନିର୍ବାଚନ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କ ଠାରେ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠି,ଯୁବନେତା ଅଯୋଧ୍ୟାନାଥ ମହାପାତ୍ର,ସମୀର ନାୟକଙ୍କ ଉପସ୍ଥିତିରେ ଶିବ ନାମାଙ୍କନ ଦାଖଲ କରିଥିଲେ। ସେହିପରି କଂଗ୍ରେସ ଦଳ ପକ୍ଷରୁ ବିକ୍ରମ ବିଷୋୟୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ରମେଶ କୁମାର ବେହେରା ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେପି ପକ୍ଷରୁ ୧ ନମ୍ବର ୱାର୍ଡ ପାଇଁ ନାଜ୍ମୁନ୍ ନିଶା,୨ ନମ୍ବର ୱାର୍ଡରୁ ପ୍ରତିମା କୁମାରୀ ସାହୁ, ୩ ନମ୍ବର ୱାର୍ଡରୁ ୟଥୁରାଜ୍ ଦୋରା,୧୧ ନମ୍ବର ୱାର୍ଡରୁ ସଂଯୁକ୍ତା ସ୍ବାଇଁ,୧୨ ନମ୍ବର ୱାର୍ଡରୁ ସସ୍ମିତା ତାରିଣୀ,୧୩ ନମ୍ବର ୱାର୍ଡରୁ ପ୍ରମିଳା ସେଠୀ ଏବଂ ୧୫ ନମ୍ବର ୱାର୍ଡରୁ ଲକ୍ଷ୍ମୀ ନାରାୟଣ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସ ଦଳରୁ ୩ ନମ୍ବର ୱାର୍ଡରୁ ସୁକାନ୍ତ କୁମାର ଦିଗାଲ,୫ ନମ୍ବର ୱାର୍ଡରୁ ଶ୍ୟାମା ପ୍ରସାଦ ଦାଶ,୧୦ ନମ୍ବର ୱାର୍ଡରୁ ଅଶ୍ବିନୀ ଭୂୟାଁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ନମ୍ବର ୱାର୍ଡରୁ ଇର୍ସାଦ୍ ମହମ୍ମଦ ଏବଂ ୧୪ ନମ୍ବର ୱାର୍ଡରୁ ରମେଶ ବେହେରା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ବିଜେଡି ପକ୍ଷରୁ ଅଧ୍ୟକ୍ଷ ପଦ ସମେତ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦିଆଯାଇଥିବା ବେଳେ ଆଜି ୬,୮ ଏବଂ ୯ ନମ୍ବର ୱାର୍ଡରେ କେହି ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିନଥିବା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଯାହା ଫଳରେ ଉକ୍ତ ୱାର୍ଡ ଗୁଡ଼ିକରେ ବିଜେଡି ପ୍ରାର୍ଥୀ ମାନେ ର୍ନିଦ୍ବନ୍ଦରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ତେବେ ଦୀର୍ଘ ସମୟ ଧରି ଭଞ୍ଜନଗର ଏନ୍ଏସି ନିର୍ବାଚନରେ ଅପ୍ରତିଦ୍ବନ୍ଦି ଭାବେ କୌଣସି ୱାର୍ଡରୁ କେହି ର୍ନିବାଚିତ ହୋଇନଥିବାରୁ ଚଳିତ ଥର ପ୍ରାର୍ଥୀପତ୍ର ଦାଖଲ ସମୟରେ ହିଁ ତିନି ଜଣ ପ୍ରାଥୀ ଅପ୍ରତିଦ୍ବନ୍ଦୀ ହୋଇଥିବାରୁ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here