ଭବିଷ୍ୟତ ଔଦୋଗିକ ବିକାଶ ର ଜାତୀୟ କର୍ମଶାଳା

0
202

ଛତ୍ରପୁର:ଇନଷ୍ଟିଚୁଟ ଅଫ ପଲିସି ରିସର୍ଚ୍ଚ ଇନ୍ ଇକୋନୋମିକସ୍ ମେନେଜମେଣ୍ଟ ଏଣ୍ଡ ସୋସିଆଲ ଡେଭଲୋପମେଣ୍ଟ ତରଫରୁ *ଭବିଷ୍ୟତ ଔଦୋଗିକ ବିକାଶ * ର ପରିଚାଳନା ଉପରେଏକ ଜାତୀୟ କାର୍ମଶାଳା, ଆଜି ଜିଲ୍ଲାସଂସ୍ମୃତି ଭବନ ଛତ୍ରପୁର, ଗଞ୍ଜାମ, ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଆଇ ପି ଆର ଇ ଏମ ଏସର ନିର୍ଦ୍ଦେଶକ ଡକ୍ଟର ପ୍ରବୀଣ କୁମାର ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ଏଥିରେ ମୁଖ୍ୟ ବକ୍ତା ଭାବରେପ୍ରଫେସର ଡକ୍ଟର ସବ୍ୟସାଚୀ ରଥନିଷ୍ଟ, ବ୍ରହ୍ମପୁର ର ଉଦ୍ୟୋଗୀ ବିକାଶ ଓ ଉନ୍ନୟନ ପ୍ରାଧିକରଣ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ କିଟ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡକ୍ଟର ରବି ନାରାୟଣସୁବୁଦ୍ଧି, ଭବିଷ୍ୟତର ଉଦ୍ୟୋଗୀ ବିକାଶ ଓ ଉଦ୍ୟୋଗୀ ଙ୍କ ଧାରଣୀୟ ବିକାଶ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବ ପିଢ଼ି ଏବେ ଧୀରେ ଧୀରେ ଉଦ୍ୟୋଗ ସ୍ଥାପନ ପାଇଁ ଆଗଭର ହେଉଥିବା ଅତି ଖୁସିର ବିଷୟ ବୋଲି ପ୍ରଫେସର ସୁବୁଦ୍ଧି କହିଥିଲେ l ଅନ୍ୟତମ ବକ୍ତା ଭାବେଡକ୍ଟର ନିତ୍ୟ ସୁନ୍ଦର ସିଅ ଏବଂ ଡକ୍ଟର ବିଜୟ କୁମାର ସ୍ବାଇଁ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଏଥିରେ ଅନେକ ଶିକ୍ଷାବିତ୍ , ଛାତ୍ରଛାତ୍ରୀ ଗବେଷକ ପ୍ରଭୃତି ଯୋଗଦେଇଏହି ଜାତୀୟ କାର୍ମଶାଳା ସଫଳତା ହାସଲରେ ସହଯୋଗ କରିଥିଲେ।
ଶ୍ରୀ ଅନୁପ କୁମାର ପଣ୍ଡା ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ। ରେସ୍ପଣ୍ଡ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରି ସ୍ଵସ୍ତିକ ସୁନ୍ଦର ସିଅ ସାଂସ୍କୃତିକ କାର୍ଯ୍ୟକ୍ରମରପରିଚାଳନା ଉତ୍ତମ ପରିଚାଳନା କରୁଥିଲେ।ଏହି କାର୍ଯ୍ୟକ୍ରମ ରେ
ଡକ୍ଟର ମଧୁସ୍ମିତା ମିଶ୍ର ,ପରିଶେଶ ରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସଫଳତା ସହ
ପରିଚାଳନା କରିବାରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏବଂ ଭିଗ୍ନାନ ଇନଷ୍ଟିଚ୍ୟୁଟର ଛାତ୍ର ଛାତ୍ରୀ ମାନେ ସହଯୋଗ ପ୍ରଦାନ କରିଥିଲେ।
ଏହି କର୍ମଶାଳା ରେ 200 ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ l ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କୁ କୃତଜ୍ଞତା ଜ୍ଞ୍ୟାପନ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here