“ଘୁମୁସର ର ସ୍ବର” ପକ୍ଷରୁ ୮୮ତମ ସାହିତ୍ୟ ଆସର

0
308

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଓଡିଆ ଭାଷା ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ” ଘୁମୁସର ର ସ୍ବର ” ବାଲିପଦର ପକ୍ଷରୁ ୮୮ତମ ପୂର୍ଣ୍ଣିମା ସାହିତ୍ୟ ଆସର ସ୍ଥାନୀୟ ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠାନର ସଭାପତି ଡ଼.ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଜି.ରାଜେଶ୍ବର ପାତ୍ର,କୈଳାଶ ଚନ୍ଦ୍ର ପ୍ରଧାନ, ପ୍ରଧାନଶିକ୍ଷୟୀତ୍ରୀ ବୈଜୟନ୍ତୀମାଳା ସୁବୁଦ୍ଧି, ରତ୍ନାକର ମହାରଣା, ଇ.ବାଳକୃଷ୍ଣ ଦୋରା ପ୍ରମୁଖ ଯୋଗଦେଇ କୋରୋନା ନିୟମ ପ୍ରକାରେ ପବିତ୍ର ଗହ୍ମା ପୂର୍ଣ୍ଣିମା ସଂପର୍କୀତ ସାହିତ୍ୟ ତତ୍ତ୍ବକୁ ଆଲୋଚନା କରିଥିଲେ । ଅନ୍ ଲାଇନ୍ ମାଧ୍ୟମରେ ବରିଷ୍ଠ କବି ଅନନ୍ତ କର,ଗୌରୀପତି ଦାଶ, ଚିତ୍ତ ରଞ୍ଜନ ଦାସ,କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ । ବାଲିପଦର ଶ୍ରୀ ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କାଜଲ ସ୍ବାଇଁ ଦଶମ ବୋର୍ଡ ପରିକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବୁଗୁଡା ବ୍ଳକ୍ ଟପ୍ପର ହୋଇଥିବାରୁ “ଘୁମୁସର ର ସ୍ବର ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here