ଆନ୍ତଃଜିଲ୍ଲା ସିନିଆର ବାଳିକା ହ୍ୟାଣ୍ଡବଲ ଚମ୍ପିୟାନସିପରେ ଗଂଜାମ ରନର୍ସଅପ

0
274

ବ୍ରହ୍ମପୁର: ଗତ 11ଓ12 ଦୁଇଦିନ ଧରି ଯାଜପୁର ଜିଲ୍ଲାର ଛତିଆ ଠାରେ ଆୟୋଜିତ ଆନ୍ତଃଜିଲ୍ଲା ସିନିଅର ବାଳିକା ହ୍ୟାଣ୍ଡବଲ ଚମ୍ପିୟାନସିପରେ ଗଞ୍ଜାମ ଦଳ ରନର୍ସଅପ ହୋଇଛି। ପ୍ରତିଯୋଗିତାର ଲିଗ ପର୍ଯ୍ୟାୟରେ ଗଂଜାମ ଦଳ ଢେଙ୍କାନାଳକୁ 13-03 ଓ ନବରଙ୍ଗପୁରକୁ 14-0 ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଳକୁ ପ୍ରବେଶ କରିଥିଲେ। ସେମିଫାନାଲରେ କେନ୍ଦୁଝର ଦଳ ସହ ଏକ ସଂଘର୍ଷପୂର୍ଣ ମ୍ୟାଚରେ 07-06 ଗୋଲରେ ବିଜୟୀ ହୋଇ ଗଂଜାମ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଏବଂ ଫାଇନାଲରେ ଆୟୋଜକ ଯାଜପୁର ଦଳ ସହିତ ଆୟୋଜିତ ମ୍ୟାଚରେ ଗଂଜାମ ଦଳ 08-14 ଗୋଲ ବ୍ୟବଧାନରେ ପରାସ୍ତ ହୋଇ ରନର୍ସ ଅପ ହୋଇଥିବା ବେଳେ ଯାଜପୁର ଦଳ ଚମ୍ପିୟାନ ହୋଇଥିଲା। ଗଂଜାମ ବାଳିକା ଦଳର ସଫଳତା ପାଇଁ ଟିମର ସଦସ୍ୟଙ୍କୁ ଗଂଜାମ ହ୍ୟାଣ୍ଡବଲ ସଂଘର ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ଉପସଭାପତି ଡ଼ଃ ସରୋଜ କୁମାର ସାମନ୍ତ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଓ NIS କୋଚ୍ ପ୍ରଶାନ୍ତ କୁମାର ରଥ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ପୂର୍ବରୁ ଗଂଜାମର ଏହି ଦଳ ଚମ୍ପିୟାନ ହୋଇଥିଲେ। ଗଂଜାମ ଦଳ NIS କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ପ୍ରଶିକ୍ଷଣ ନେଇ କଠିନ ପରିଶ୍ରମ କରି ନିୟମିତ ସଫଳତା ହାସଲ କରିଆସୁଛନ୍ତି। ଟିମ ସହିତ ମେନେଜର ଭାବେ ବରିଷ୍ଠ ଖେଳାଳି ଚକାଡୋଳା ପାଣିଗ୍ରାହୀ ଓ ପ୍ରମୋଦ କୁମାର ପଟ୍ଟନାୟକ ଉପସ୍ଥିତ ରହି ପ୍ରତିଯୋଗୀତାରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here