ଗଞ୍ଜାମ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

0
183

ଛତ୍ରପୁର : ଛତ୍ରପୁର ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଗତ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ୧ ତାରିଖ ଦିନ ଜିଲ୍ଲା ପରିଷଦ ଛତ୍ରପୁର ଠାରେ ସଚେତନତା ରଥ ବାହାରିଥିଲା ଏବଂ ସେହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଜିଲ୍ଲାର ସମସ୍ତ ପାଣି ପଞ୍ଚାୟତ ଗୁଡିକୁ ଭ୍ରମଣ କରି କୃଷକ ମାନଙ୍କ ପ୍ରତ୍ୟକ୍ଷ ଅଂ‌ଶ ଗ୍ରହଣ ଏବଂ ସକ୍ରିୟ ସହଯୋଗରେ ପାଳିତ ହେଉଥିବା ଏହି ପାଣି ପଞ୍ଚାୟତ ପକ୍ଷ ଦ୍ବାରା ରାଜ୍ୟରେ କୃଷି ପାଇଁ ଜଳ ପରିଚାଳନା କ୍ଷେତ୍ରରେ କୃଷକ ମାନଙ୍କ ଅମୂଲ୍ୟ ଯୋଗଦାନକୁ ଅଧିକ ସଶକ୍ତ କରିବ । ଜିଲ୍ଲା ସ୍ତରୀୟ ଏହି ଉତ୍ସବର ପ୍ରାରମ୍ଭରେ ଅତିଥିଗଣ କୃଷକ ମାନଙ୍କ ସକାଶେ ବିଭିନ୍ନ କୃଷି ଯନ୍ତ୍ରପାତି ସମ୍ପର୍କିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ପରେପରେ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତିଭାସନ୍ ଭି, ଜଳ ସମ୍ପଦ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ ମୁକୁଲ୍ ବେରୁ, ଛତ୍ରପୁର ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ଇଂ ଅଶ୍ବିନୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ବିଭୁଦତ୍ତ ପଣ୍ଡା ଋଷିକୂଲ୍ୟା ବାହୁଦା ଅବବାହିକା, ଅତିଥିଗଣ ନିଜ ବକ୍ତବ୍ୟରେ ଜଳବାୟୁର ପରିବର୍ତ୍ତନ ସମୟରେ ଜଳର ସୁବିନିଯୋଗ ଦିଗରେ ଗୁରୁତ୍ବ ଆରୋପ କରିଥିଲେ । ଜିଲ୍ଲାରେ ପାଣି ପଞ୍ଚାୟତର ସଦସ୍ୟା ଓ ସଦସ୍ୟଗଣଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ପାଣିର ସୁଷମ ବଣ୍ଟନହେବା ଦ୍ବାରା ଉପରମୁଣ୍ଡରୁ ତଳ ସ୍ତରରେ ରହିଥିବା ଚାଷ ଜମିକୁ ଜଳ ଯୋଗାଣ ହୋଇପାରିବ, ସେ ଦିଗରେ ଅତିଥିଗଣ ନିଜ ନିଜ ମତ ରଖିଥିଲେ । ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତ ସଦସ୍ୟ ମାନଙ୍କୁ ସ୍ବାଗତ ଜଣାଇ ନିଜ ବକ୍ତବ୍ୟରେ ସୂଚାଇ ଥିଲେକି, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ଆହୁରି କିଭଳି ଭଲ ହୋଇପାରିବ ସେ ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ରହିଛି । ପାଣି ପଞ୍ଚାୟତ ଦିଗରେ ନୂତନ ପଦ୍ତି ବା ପ୍ରଣାଳୀ ଆସିଲାଣି । ତାହକୁ କିଭଳି ତଳ ସ୍ତରରୁ ବିନିଯୋଗ ହେବ ସେଥି ସକାଶେ ସମସ୍ତ ପାଣି ପଞ୍ଚାୟତର ସହଯୋଗ ଆବଶ୍ୟକ । ଜିଲ୍ଲା ପ୍ରଶାସନ କ୍ଲଷ୍ଟର ସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହାକୁ କିଭଳି ସମସ୍ତ ପାଣି ପଞ୍ଚାୟତରେ ବିନିଯୋଗ ହେବ ଏବଂ କୃଷି ଓ କୃଷକ ମାନଙ୍କୁ ସଶକ୍ତିକରଣ ସହିତ ପ୍ରତି ଅଞ୍ଚଳରେ ଶୀତଳ ଭଣ୍ଡାର କରାଯିବ । ଆଖୁଚାଷ, ତୁଳା ଜାତୀୟ ଏବଂ ପନିପରିବା ଚାଷର କିଭଳି ବ୍ୟାପକ ଅଭିବୃଦ୍ଧି ହେବ ସେଥି ସକାଶେ କ୍ଲଷ୍ର ସ୍ତରରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମତାନ୍ତର ଦୂର କରି ଚାଷୀଗଣ ସମ୍ମିଳୀତ ହେଲେ ଅନେକ ଅଭିବୃଦ୍ଧିର ପଥ ପରିଷ୍କାର ହେବ । ସମସ୍ତେ ଦଳଗତ କାର୍ଯ୍ୟକରି

ସୁପରିଚାଳନା କଲେ ଏହା ନିଶ୍ଚିତ ସଫଳ ହୋଇ ପାରିବ । ଚାଷ କାର୍ଯ୍ୟ ଦୁଇ ଗୁଣ ନୁହେଁ ଚାରିଗୁଣ ହେବ । ଅଣ ଧାନ ଚାଷ ଦିଗରେ ସମସ୍ତେ ଆଗଭର ହେବାକୁ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ସୁଶ୍ରୀ ରୁଦ୍ରରୂପା ବ୍ରହ୍ମା, ଓଡିଶା ଆଦର୍ଶ ବିଦ୍ୟାଳୟ ଚିକିଟି ପ୍ରଥମ ପୁରସ୍କାର ବାବଦରେ ୨୫୦୦ ଟଙ୍କା ଆଶୁତୋଷ ଚୌଧୁରୀ ଦ୍ବିତୀୟ ପୁରସ୍କାର ଭାବେ ୨୦୦୦ଟଙ୍କା ଓ ସୁଶ୍ରୀ ପୟୋଧାରା ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଭଞ୍ଜନଗର ୧୫୦୦ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ । ଚେତ୍ରାଙ୍କନରେ ଶମ୍ଭୁ ବରାଡ ନୋଡାଲ ହାଇସ୍କୁଲ ଏସ୍. ଗୋପାଳପୁର ପ୍ରଥମ ପୁରସ୍କାର ବାବଦରେ ୨୫୦୦ ଟଙ୍କା, ସୁଶ୍ରୀ ଉଷାରାଣୀ ଦାଶ, କନକ ମଞ୍ଜରୀ ବାଳିକା ବିଦ୍ୟାଳୟ ଦ୍ବିତୀୟ ପୁରସ୍କାର ଭାବେ ୨୦୦୦ଟଙ୍କା, ଦୀପକ ଦାଶ କେ.ସି.ଏନ୍.ଏଚ୍.ଏସ୍. ମଥୁରା ତୃତୀୟ ପୁରସ୍କାର ଭାବେ ୧୫୦୦ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ । ସେହିପରି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ରୁଦ୍ର ପ୍ରସାଦ ପଟ୍ଟନାୟକ ପ୍ରଥମ, ଦ୍ବୀତୀୟ ଶୁଭ ଶଙ୍କର ସାହୁ ଓ ତୃତୀୟ ସମରଜିତ୍ ବିଷୋୟୀ ଯଥାକ୍ରମେ ୨୫୦୦,୨୦୦୦ଓ ୧୫୦୦ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ । ବକ୍ତୃତା ପ୍ରତିଯୋଗିତା ରେ ଶୁଭଶ୍ରୀ ଇପସିତା ସାହୁ ପ୍ରଥମ, ପ୍ରଚିତା ପର୍ଣ୍ଣିକା ପାଢୀ, ଦ୍ବିତୀୟ ଓ ଅଭିଷେକ ସାମନ୍ତରାୟ ତୃତୀୟ ସ୍ଥାନ ଅଧିକାର କରି ଯଥାକ୍ରମେ ୨୫୦୦,୨୦୦୦ଓ ୧୫୦୦ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଥିଲେ । ବ୍ରହ୍ମପୁର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିକୂଲ୍ୟା ଜଳ ସେଚନ ଉପଖଣ୍ଡ ଅଜିତ୍ କୁମାର ପ୍ରଧାନ ପାଣି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା, ସଭ୍ୟ ଓ ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ପ୍ରଶାନ୍ତ ମହାରଣା

LEAVE A REPLY

Please enter your comment!
Please enter your name here