ତିନି ମୃତକଙ୍କ ପରିବାରକୁ ଭଟିଲେ ଶ୍ରମ ମନ୍ତ୍ରୀ

0
233

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ। ସରପଞ୍ଚ ପଦବୀରୁ ରାଜନୈତିକ ଜୀବନ ଆରମ୍ଭ କରି ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ବର୍ତ୍ତମାନ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ପଦବୀରେ ଅଧିଷ୍ଠିତ। ଶିକ୍ଷାଗତ ଯୋଗ୍ୟତା ଅଧିକ ନଥିଲେ ମଧ୍ୟ ନିଜର ଲୋକ ସମ୍ପର୍କ ଓ ଉତ୍ତମ କାର୍ଯ୍ୟ ତାଙ୍କୁ ଆଜି ମନ୍ତ୍ରୀ ପଦ ପର୍ଯ୍ୟନ୍ତ ନେଇପାରିଛି। ଉତ୍ତମ କର୍ମ ମଣିଷକୁ ଶ୍ରେଷ୍ଠ ସ୍ଥାନ ପର୍ଯ୍ୟନ୍ତ ପହଞ୍ଚାଇ ପାରେ। ଶ୍ରୀକାନ୍ତ ସାହୁଙ୍କ ଉତ୍ତମ କର୍ମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି। ଶ୍ରୀକାନ୍ତ ସାହୁଙ୍କ ବହୁ ଉତ୍ତମ ଗୁଣ ମଧ୍ୟରୁ ଗୋଟିଏ ହେଲା ନିର୍ବାଚନ ମଣ୍ଡଳାଳୀର ଯେକୌଣସି ବ୍ୟକ୍ତି ଦୁର୍ଘଟଣାରେ ଓ ଅକାଳ ମୃତ୍ୟୁ ବରଣ କଲେ ସେହି ମୃତକଙ୍କ ପରିବାର ନିକଟକୁ ଯାଇ ନିଶ୍ଚିତ ଭାବେ ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ନିକଟରେ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ପ୍ରଶାନ୍ତ କୁମାର ସାହୁ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜାନୁଆରୀ ୧୯ ତାରିଖ ଦିନ ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ପୋଲସରା ବ୍ଳକର ନିମିନା ଗ୍ରାମର ଦାମୋଦର ପ୍ରଧାନ ଏବଂ ଗରଗାଁ ଗ୍ରାମର କୁନ୍ତଳା ଗୌଡ଼ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ଜାନୁଆରୀ ୨୨ ତାରିଖ ଦିନ ଶ୍ରମ ମନ୍ତ୍ରୀ ଦୁଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଶ୍ରମ ମନ୍ତ୍ରୀଙ୍କ ଏହି ପ୍ରକାର କାର୍ଯ୍ୟକଳାପଙ୍କୁ ଅଞ୍ଚଳବାସୀ ଭୁରିୟସୀ ପ୍ରଶଂସା କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here