ଆଖୁ ଚାଷର ପ୍ରଚାର ଓ ପ୍ରସାର ନିମନ୍ତେ କୃଷକ ସଚେତନତା ସଭା

0
191

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଲିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ଆଖୁ ଚାଷର ପ୍ରଚାର ଓ ପ୍ରସାର ନିମନ୍ତେ କୃଷକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଆସିକା ଚିନିଶିଳ୍ପ ଆନୁକୁଲ୍ୟରେ ବାଲିପଦର ଡିଭିଜନର ଚିରିକିପଡା ଶାସନ କେନ୍ଦ୍ର ଅନ୍ତର୍ଗତ ଗୋଲିଆ ଗ୍ରାମର ଆଖୁ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆସିକା ଚିନି ଶିଳ୍ପର ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢ଼ୀଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବୁଗୁଡ଼ା ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଦଇତାରୀ ବେହେରା ଓ କାର୍ଯ୍ୟକ୍ରମ ସଂଯୋଜକ ଭାବରେ ଆଖୁ ଉନ୍ନୟନ ସୁପରଭାଇଜର ଧ୍ରୁବ ଚରଣ ସାହୁ, ଆଖୁ ଉନ୍ନୟନ ସହାୟକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଖୁ ଚାଷ ସମ୍ପର୍କିତ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ଆଖୁ ଚାଷର ପ୍ରଣାଳୀ, ଆଖୁ ଚାଷରେ ଚାଷୀଙ୍କ ଲାଭ ଓ ଆଖୁ ଚାଷୀଙ୍କୁ ସରକାରୀ ସବସିଡି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବହୁ ସଂଖ୍ୟାରେ ଚାଷୀ ଆଖୁ ଚାଷ କରି ସରକାରୀ ରିହାତି ପାଇବା ସହ ଲାଭବାନ ହେବା ପାଇଁ ବିଭାଗୀୟ ଅଧିକାରୀମାନେ ସଚେତନତା କରାଇଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here