ମାନବାଧିକାର ପରିଷଦର ବୁଗୁଡ଼ାରେ ବୈଠକ

0
292

ବୁଗୁଡା : ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ଏକ ସାଂଗଠନିକ ବୈଠକ ବୁଗୁଡାର ସମାଜସେବୀ ରଞ୍ଜିତା ପାଢୀଙ୍କ ବାସଭବନରେ ଗୀତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନବାଧିକାର ପରିଷଦର ଗଞ୍ଜାମ ଜିଲ୍ଲାର ସଭାପତି ସାଇ ପ୍ରସାଦ ପରିଡା,ଓ ସମ୍ପାଦକ ପ୍ରଦୀପ କୁମାର ନାୟକ ଯୋଗଦାନ କରିଥିଲେ । ୨୦୧୨ ମସିହାରୁ ରାଜ୍ୟ ସରକାରଙ୍କ ମାନବାଧିକାର କମିଶନଙ୍କ ଦ୍ବାରା ସ୍ବୀକୃତି ପ୍ରାପ୍ତ ହୋଇ ଆମ ସମାଜର ଅବହେଳିତ, ନିଷ୍ପେଶିତ, ଏବଂ ଅନ୍ୟାୟ ଓ ଅତ୍ୟାଚାରରେ ପୀଡିତ ହୋଇଥିବା ଲୋକଙ୍କୁ ନିଃସ୍ବାର୍ଥପର ଭାବେ ସେବା ଯୋଗାଇବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ଏହି ସଂସ୍ଥା ଗଠନ ହୋଇଥିବା ସଭାପତି ଶ୍ରୀ ପରିଡା ଓ ସମ୍ପାଦକ ଶ୍ରୀ ନାୟକ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ତ୍ରିଲୋଚନ ପଣ୍ଡା, ଅହଲ୍ଯା ପ୍ରଧାନ, ସୁଜତା ପ୍ରଧାନ, କନକ ମଞ୍ଜରୀ ସାହୁ ଓ ନନ୍ଦିନୀ ପ୍ରଧାନ ପ୍ରମୁଖ ବହୁ ମହିଳା ଉପସ୍ଥିତ ଥିଲେ ।
ରିପୋର୍ଟ ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here