ଦିଗପହଣ୍ଡିରେ ୭୪ତମ ସ୍ୱାଧୀନତା ଦିବସ ପାଳିତ;ଚାଙ୍ଗୁଡ଼ିଦେଇ ପର୍ବତରେ ପ୍ରଥମ କରି ଉଡିଲା ତ୍ରିରଙ୍ଗା

0
317

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା)ଦିଗପହଣ୍ଡି ସହର ଉପକଣ୍ଠସ୍ଥ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ପାଦଦେଶରେ ଥିବା ଆଦର୍ଶ ଆଶ୍ରମରେ ଆମ ଭାଷା ସାହିତ୍ୟ ସଂସଦ ସୌଜନ୍ୟତାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଅବକାରୀ ଉପନୀରକ୍ଷକ ଅଭିରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖେମୁଣ୍ଡି ଓକିଲ ସଙ୍ଘର ପୁର୍ବତନ ଉପସଭାପତି ନିଜକୁ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ସଜାଇ ଅସହିଷ୍ଣୁତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ସାମବେଦ କର୍ମକାଣ୍ଡି ପଣ୍ଡିତ ସମ୍ଭବ ତ୍ରିପାଠୀ ବେଦ ଗାନ କରିଥିବା ବେଳେ ସମାଜସେବୀ ଶଙ୍କର୍ଷଣ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମକୁ ସମାଜସେବୀ ସମୀରକାନ୍ତ ତ୍ରିପାଠୀ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ପୂଜକ ମିଳନ ପାଣିଗ୍ରାହୀ, ସମାଜସେବୀ କାଳୁ ଚରଣ ବେହେରା, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଆଇନଛାତ୍ର ତଥା ଛାତ୍ରନେତା ବଛା ମନୋଜ ଦୋରା ପ୍ରମୁଖ ଉପସ୍ଥିତ ରହି ସ୍ଵାଧୀନତା ଦିବସର ତାପ୍ତର୍ଯ୍ୟ ସଂପର୍କରେ କହିଥିଲେ।ଏହି ଅବସରରେ ଚାଙ୍ଗୁଡ଼ିଦେଇ ପାହାଡ଼ ପାଦଦେଶରେ ସମୂହ ବୃକ୍ଷ ଚାରା ରୋପଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସନ ରାଇଡର କ୍ଲବ ସଦସ୍ୟ ସନ୍ତୋଷ ସାହୁ, ରୀଙ୍କୁ ସାହୁ, ରବି ବେହେରା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here