ମାନ୍ୟଵର ବାଚସ୍ପତିଙ୍କ ଦିଗପହଣ୍ଡି ଗ୍ରସ୍ତ

0
725

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶାର ମାନ୍ୟଵର ବାଚସ୍ପତି ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ସୁର୍ଯ୍ୟ ନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ଥିଲା ଶ୍ରୀ ପାତ୍ରଙ୍କ ବାଚସ୍ପତି ହେବାଠାରୁ ତାଙ୍କର ପ୍ରଥମ ଦିଗପହଣ୍ଡି ଗ୍ରସ୍ତ । ବାଚସ୍ପତି ଓ ଵ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସହ ଶହଶହ ସମର୍ଥକ ଦିଗପହଣ୍ଡି ସହର ପରିକ୍ରମା କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ୪୪୦ ହିତାଧିକାରୀଙ୍କ ଆବାସ ଯୋଜନାର ଘର କରିବା ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯିବା ସହ ପ୍ରାୟ ୭୦୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲାଗଲା ।ଏହି ସାଧାରଣ ସଭାରେ ଦିଗପହଣ୍ଡି ଵ୍ଳକର ବିଡ଼ିଓ ହଳଧର ଶବର,ବ୍ଳକର ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ ସରପଞ୍ଚ ସଙ୍ଘ ସଭାପତି ହରିଵନ୍ଧୁ ରେଡ଼ି,ସରପଞ୍ଚ ବି କ୍ରିଷ୍ଣା ରାଓ ସୁବୁଦ୍ଧି ସହ ଦିଗପହଣ୍ଡି ଏନ୍ଏସିର ସମସ୍ତ କର୍ମ କତ୍ତା ସ୍ବାଗତ କରିଥିଲେ । ବାଚସ୍ପତି ଦିଗପହଣ୍ଡି ସରକାରୀ ବାଳିକା ବିଦ୍ୟାଳୟର ୨ଟି ସୁଦ୍ଧ ଜଳ ପାନ ସକାଶେ ଲଗାଯାଇଥିବା ଯନ୍ତ୍ର ସହ ଗୋକର୍ଣ ପୁର, ଅନଙ୍ଗ ପୁରର ୨ଟି ଲେଖାଏଁ ପ୍ରକଳ୍ପ ଉଦଘାଟନ କରିଥିଲେ । ସରକାରଙ୍କ ସମସ୍ତ ଯୋଜନା କିପରି ସାଧାରଣ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଲୋକମାନେ ଯେମିତି ସରକାରଙ୍କ ଯୋଜନାରୁ ଵଞ୍ଚ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଆହ୍ବାନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here