ଜିଲ୍ଲା ସ୍ତରରେ ବିଶ୍ବ ମିତବ୍ୟୟତା ଦିବସ ପାଳିତ

0
241

ଛତ୍ରପୁର: ବିଶ୍ବ ମିତବ୍ୟୟତା ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ଶନିବାର ପୂର୍ବାହ୍ନ ଜିଲ୍ଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଅତଚିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ । ମିତବ୍ୟୟୀ ହେବା ସଞ୍ଚୟକୁ ଅଭ୍ୟାସରେ ପରିଣତ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଜରୁରୀ ଅଟେ । ଏହି ସ୍ବଳ୍ପ ସଞ୍ଚୟ ବ୍ୟକ୍ତିର ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ସାଥେସାଥେ ନିହାତି ଜରୁରୀ ଆବଶ୍ୟକତା ସମୟରେ ତାର ସ୍ବଳ୍ପ ସଞ୍ଚୟକୁ ବିନିଯୋଗ କରିପାରିବ । ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ଅନାବଶ୍ୟକ ଅର୍ଥ ବ୍ୟୟରୁ ନିବୃତ୍ତ ରହି ନିଜର କ୍ଷମତା ଅନୁଯାୟୀ ସଞ୍ଚୟ କରିବା ଆବଶ୍ୟକ । ଏହା ଦ୍ବାରା ଉଭୟ ଦେଶ ଓ ଦେଶବାସୀଙ୍କର ଅର୍ଥନୈତିକ ବ୍ୟବସ୍ଥା ଅଭିବୃଦ୍ଧି ହୋଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନିଜ ବିବୃତିରେ ଜଣାଇଛନ୍ତି । ସ୍ବଳ୍ପ ସଞ୍ଚୟ ବେଳେ ନିଜର କଷ୍ଟଲବ୍ଧ ଧନକୁ ବିନିଯୋଗ କରିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଯେଉଁ ସଂସ୍ଥାରେ ନିଜ ପୁଞ୍ଜିକୁ ଜମା କରିବା ପୂର୍ବରୁ ଉକ୍ତ ସଂସ୍ଥା ସମ୍ପର୍କିତ ତଥ୍ୟ ଓ ଜ୍ଞାନ ହାସଲ କରିବା ଉଚିତ୍ । ନିର୍ଭରଯୋଗ୍ୟ ସଂସ୍ଥାରେ ନିଜର ପୁଞ୍ଜି ଜମା କଲେ ଯାଇ ଆଶ୍ବସ୍ତି ମିଳିବ । ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରାଇବାର ଆବଶ୍ୟକତା ରହିଛି । ନଚେତ୍ ନିଜର କଷ୍ଟଲବ୍ଧ ଧନ ବାଟମାରଣା ହେବାର ଅନେକ ସମ୍ଭାବନା ରହିଛି । ଆଜିର ଦିନରେ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ଜମା ଦେଲେ କ୍ଷତିରେ ପଡିବେ । ଏଣୁ ଜମାରାଶି ଜମା ଦେଲା ବେଳେ ନିର୍ଭରଯୋଗ୍ୟ ସଂସ୍ଥାରେ ବିନିଯୋଗ କରନ୍ତୁ ବୋଲି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ ଅବଗତ କରାଇଥିଲେ । ଏହି ଦିବସ ପାଳନ ଅବସରରେ ସମସ୍ତ ଅତିଥି ଏବଂ ସାମ୍ବାଦିକ ବନ୍ଧୁ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କରାଯାଇଥିଲା । ସଚେତନତା ରଥର ଉଦ୍ଘାଟନୀ ସମାରୋହରେ ଜିଲ୍ଲା ମଙ୍ଗଳ ଅଥିକାରୀ ପରିକ୍ଷୀତ ଦାଶ, ଜିଲ୍ଲା ଶିଶୁ ଓ ମହିଳା ବିକାଶ ଅଧିକାରୀ ସୁରେଖା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଉପଖଣ୍ଡ ସ୍ବଳ୍ପ ସଞ୍ଚୟ ଅଧିକାରୀ ସୁମନ ପଣ୍ଡା, ସ୍ବଳ୍ପ ସଞ୍ଚୟ ପ୍ରତିନିଧିଗଣ,ସମସ୍ତ ସାମ୍ବାଦିକ, ସ୍ବଳ୍ପ ସଞ୍ଚୟ ବିଭାଗର ରଶ୍ମିତାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here